ସ୍ୱର୍ଗତ ସୁରେନ୍ଦ୍ର ରାଉତ ଜଣେ ପରୋପକାରୀ ଓ ହାସ୍ୟରସର ପ୍ରତୀକ ଥିଲେ.

ଭଦ୍ରକର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ରାଭଚଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସଭା “ସୁରେନ୍ଦ୍ର ସ୍ମୃତୀ ସଂସଦ’ ପକ୍ଷରୁ ଭତ୍ତରବାହିନୀ ସମିପତ ତାଙ୍କ ନିଜସ୍ବ ବାସ ଭବନରେ ଅନୁଷ୍ଠିତ ହୋଇଥିଲା I ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ଶ୍ରାଦ୍ଧ ସଭାରେ ପଣ୍ଡିତ ଭାଗୀରଥି ନନ୍ଦଶର୍ମା ଅଧ୍ଯକ୍ଷ କରିଥିଲେ I ମଞ୍ଚ ପରିଚାଳକ ଭାବେ ରାଜେନ୍ଦ୍ର ପରିଢ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶରତ କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ ସମ୍ବଦ୍ଧନା ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥିଭାବେ ଭାବରେ ଡଃ ପ୍ରମୋଦ ନାୟକ ଓ ସସ୍କୃତ ଅଚିଥ୍ ଭାବରେ ଡଃ ନିତ୍ୟାନନ୍ଦ ମିଶ୍ର, ଅନ୍ୟତମ ବରେଣ୍ୟ ଅତିଥି ଭାବରେ ଡଃ ଗୌରଚନ୍ଦ୍ର ଜେନା, ଡ଼ାଃ ନାରାୟଣ ନନ୍ଦ, ଅରୁଣ କୁମାର ପାତ୍ର, , ବଂଶୀଧର ଖୁଣ୍ଟିଆ, ଅନନ୍ତ ଚରଣ ସାହୁ, ସମାଜସେବୀ ସୁଧାକର ରାଉତ ବିଶ୍ବନାଥ ନାୟକ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ସଭାକର୍ଯ୍ୟ ଆରମ୍ଭରେ ଅତିଥି ଗଣ ସ୍ୱର୍ଗତ ସୁରେନ୍ଦ୍ର ରଖିଥିଲେ । ରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ରାଉତଙ୍କ ଧର୍ମପତ୍ନୀ ନମିତା ପରିଢ଼ା ଓ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ ପୂର୍ବକ ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ଠାରେ ସାମଗ୍ରିକ ଶୁଭ କାମନା କରିବା ସଂଗେ ସ୍ୱର୍ଗତ ସୁରେନ୍ଦ୍ର ରାଉତ ଜଣେ ପରୋପକାରୀ, ସମାଜସେବୀ, ଦରଦୀ ହୃଦୟ ହାସ୍ୟରସର ମୂର୍ତିମତ ପ୍ରତିକ ବୋଲି ତାଙ୍କ ବକ୍ତବ୍ୟରେ ସୂଚାଇ ଦେଇଥିଲେ । ଏହା ପରେ ସ୍ମୃତି ସଂସଦ ପକ୍ଷରୁ ବରେଣ୍ୟ ଅତିଥି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ରାଜକିଶୋର ମୂଲ୍ୟବାନ ପ୍ରଦାନ କରାଯାଇ ସମ୍ବନ୍ଧିତ କରାଯାଇଥିଲା I ଶୁଭେଚ୍ଛୁମାନଙ୍କ ପାଣିଗ୍ରାହୀ, ଯୋଗେନ୍ଦ୍ର କୁମାର ସାହୁ, ମନୋରମା ଆଚାର୍ଯ୍ୟ, କନକଲତା ପରିଢ଼ା ଡ଼ା ପ୍ରମୁଖ ବହୁ ଶ୍ରଦ୍ଧାଳୁ ଥିଲେ । ଏହି ସ୍ୱର୍ଗତ ସୁରେନ୍ଦ୍ର ରାଉଚଙ୍କ ପ୍ରତିଭା ସଂପର୍କର ସୂଚନା ଦେଇ କାର୍ଯ୍ୟକ୍ରମରେ ଗ୍ରାମବାସୀ, ଆତ୍ମୀୟସ୍ୱଜନଗଣ ସହଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *