ଅକ୍ଷାଂଶ ” ଶାରଦୀୟ ସଂଖ୍ୟା ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଆଜି (ବୁଧବାର ) ପୂର୍ବାହ୍ଣ ୧୧ ଟା ସମୟରେ ଡ ହରିଶ୍ଚନ୍ଦ୍ର ବେହେରା ଙ୍କ ସମ୍ପାଦନାରେ ପ୍ରକାଶିତ “ଅକ୍ଷାଂଶ ” ଶାରଦୀୟ ସଂଖ୍ୟା ର ଶୁଭ ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ପତ୍ରିକା କୁ ଯଶସ୍ୱୀ କବି ଡ ଫନୀ ମହାନ୍ତି ଉନ୍ମୋଚନ କରିଥିଲେ । ବରେଣ୍ୟ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରଦୂତ କବି ଅମରେନ୍ଦ୍ର ଖଟୁଆ, ସମ୍ମାନିତ ଅତିଥି ଭାବେ କବି କମଳ ଲୋଚନ ମହାନ୍ତି, ଡ ପ୍ରମୋଦ କୁମାର ମଲ୍ଲିକ, ଧନଞ୍ଜୟ ସ୍ୱାଇଁ, ଭିକାରି ଧଳ, ମୁରଲୀଧର ସାମଲ ଯୋଗ ଦେଇ ପତ୍ରିକାଟିର ଭୂୟସୀ ପ୍ରଂଶସା କରିଥିଲେ ।

Leave a Reply

Your email address will not be published. Required fields are marked *