ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ BSKY ନବୀନ କାର୍ଡ ର ଶୁଭାରମ୍ଭ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ BSKY ନବୀନ କାର୍ଡ ର ଶୁଭାରମ୍ଭ ହୋଇ ଯାଇଛି । ଜିଲ୍ଲାପାଳ ପାରୁଲ ପଟାୱାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ 4ଟି BSKY ନବୀନ କାର୍ଡ ରଥକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା କ୍ଷେତ୍ରବାସୀ ଦାଶ ଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ନର୍ସିଂ ଛାତ୍ରଛାତ୍ରୀ ମାନେ ରହି ଏହି କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ । ଏହି ରଥ ସାରା ଜିଲ୍ଲା ପରିକ୍ରମା କରିବା ସହିତ କିପରି ଆବେଦନ କରିବେ ସେ ସମ୍ପର୍କରେ ସୂଚନା ପ୍ରଦାନ କରିବେ । ଜିଲ୍ଲା ର 8ଟି ବ୍ଲକ ଓ 2ଟି ମୁନିସିପଲଟି ଏହି ରଥ ପରିକ୍ରମା କରିବା ସହିତ ଜନସାଧାରଣ ମାନଙ୍କୁ ସଚେତନତା ବାର୍ତ୍ତା ଦେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜଗତସିଂହପୁର ରୁ Rita ସାହୁ