ଆଇନ ଏବଂ ସାଇବର ଠକେଇ ସଚେତନତା ଶିବିର ଅନୁଷ୍ଠିତ

ଜଟଣୀ ତା ୨୯-୬-୨୫ ବରିଷ୍ଠ ନାଗରିକ ମଞ୍ଚ ଜଟଣୀ ପକ୍ଷରୁ ସ୍ଥାନୀୟ ଅଗ୍ରୱାଲା ଧର୍ମଶାଳା ପରିସରରେ ଆଇନ ଏବଂ ସାଇବର ଠକେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶିବିରରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଙ୍ଘର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ଶ୍ରୀ କୃପାସିନ୍ଧୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀ ବିରଞ୍ଚି କୁମାର ରଥ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଷ୍ଟାଲିନି ବିଶ୍ଵାଳ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଶ୍ରୀ ଭକ୍ତ ବନ୍ଧୁ ଚୌଧୁରୀ ସଭାପତି ଆସନ ଅଳଙ୍କୃତ କରିଥିଲେ । ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ବେଦ ପାଠ ସହ ଅତିଥିମାନେ ଦୀପ ପ୍ରଜ୍ବଳନକରି ଶିବିରର ଶୁଭାରମ୍ଭ କରିଥିଲେ । ନାଗରିକ ମଞ୍ଚର ସଦସ୍ୟ ସତ୍ୟବାଦୀ ସାହୁ ଅତିଥି ପରିଚୟ କରିବା ସହ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଅବସରରେ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ସରକାର ବରିଷ୍ଠ ନାଗରିକଙ୍କ ସେବା ପାଇଁ ଅନେକ ଆଇନ ପ୍ରଣୟନ କରିଛନ୍ତି । ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଜଟଣୀ ଥାନା ଅଧିକାରୀ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ସାଇବର ଅପରାଧ ସମ୍ପର୍କରେ ବୁଝାଇବା ସହ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଶତାଧିକ ବରିଷ୍ଠ ନାଗରିକ ଏହି ଶିବିରରେ ଉଁଯୋଗଦେଇଥିଲେ। ବରିଷ୍ଠ ନାଗରିକ ଜୟନ୍ତୀ ଶତପଥି , ହେନା ବେହେରା, ପ୍ରିୟମ୍ବଦା ମିଶ୍ର, ଚଞ୍ଚଳା ଜେନା, ଅରୁଣ ମହାନ୍ତି , ଶରତ ଚନ୍ଦ୍ର ଦାଶ , ଶ୍ୟାମ ସୁନ୍ଦର ତ୍ରିପାଠୀ , ପ୍ରହଲ୍ଲାଦ ସ୍ବାଇଁ , ପ୍ରଶନ୍ନ ରଥ, ପ୍ରଫୁଲ୍ଲ ପାଟ୍ଟଶାଣୀ ପ୍ରମୁଖ ସହଯୋଗ କରିଥିବା ବେଳେ ବରିଷ୍ଠ ନାଗରିକ ମଞ୍ଚର ଉପ ସଭାପତି ଶ୍ରୀ ବ୍ରଜ ବନ୍ଧୁ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *