ଯୋଡ଼ାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର ଜିଲ୍ଲା ଯୋଡ଼ା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଟି ସଭାପତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଚଳିତ ବର୍ଷ ଯୋଡା ସହରରେ ଗଜଲକ୍ଷ୍ମୀ ପୂଜା କିପରି ଶାନ୍ତି ଶୃଙ୍ଖଳା ଏବଂ ସୁନ୍ଦର ହୋଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ କମିଟି ପକ୍ଷରୁ ୨୦୨୨ ମସିହା ଲକ୍ଷ୍ମୀପୂଜା ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ତିଆରି କରି ପୂଜାର୍ଚ୍ଚନା କରାଯାଇ ଆସୁଥିବା ବେଳେ ଏବେ ଭବ୍ୟ ମନ୍ଦିର ସହିତ ସ୍ଥାୟି ଭାବେ ମା’ଙ୍କୁ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ଲକ୍ଷ୍ମୀପୂଜା ଆସନ୍ତା ନଭେମ୍ବର ମାସ ୧୨ ତାରିଖରୁ ଆରମ୍ଭ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଲକ୍ଷ୍ମୀ ପୂଜା ଖଣି ଅଞ୍ଚଳ ଯୋଡାର ଗର୍ବ ଓ ଗୌରବ ହୋଇଥିବା ବେଳେ ଏହି ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବାକୁ ଲକ୍ଷ୍ମୀପୂଜା କମିଟିର ସଭାପତି ଶିରିଣୀ ସାହୁ ସମସ୍ତ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଥିଲେ । ଏହି ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା, ସହରକୁ ପରିଷ୍କାର ପରିଚ୍ଛନ୍ନ, ନାଳ ନର୍ଦ୍ଦମା ସଫା, ଲାଇଟର ବ୍ୟବସ୍ଥା, ଅଧିକ ପାନୀୟ ଜଳ ଯୋଗାଣ, ଡ୍ରେନ ଓ ରାସ୍ତା ମରାମତି, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ରାତ୍ର ୧୧ ଘଟିକା ପର୍ୟ୍ୟନ୍ତ ପୂଜା ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବୟୋବୃଦ୍ଧ ଦୁଃଶାସନ ସାହୁ,କମିଟି ଉପସଭାପତି ନୀଳମଣୀ ମହାନ୍ତି, ସମ୍ପାଦକ ରବି ନାରାୟଣ ଦାସ, ଯୁଗ୍ମ ସମ୍ପାଦକ ହୃଷିକେଶ ଜେନା,କୋଷାଧ୍ୟକ୍ଷ ଭୋଳାନାଥ ସାହୁ,ସଦସ୍ୟ ସୁଶାନ୍ତ କୁମାର ବାରିକ,ଦଶରଥ ବାରିକ, ବିରେନ୍ଦ୍ର ମେହେଟା, ମୁକେଶ ସିଙ୍ଘାନିଆଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ପୂଜା ସମ୍ବନ୍ଧୀୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *