ଲକ୍ଷ୍ମୀପତ ସିଂଘାଣିଆ ପବ୍ଲିକ ସ୍କୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଲକ୍ଷ୍ମୀପତ ସିଂଘାଣିଆ ପବ୍ଲିକ ସ୍କୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ଜେକେପୁର ତା ୨୩-୧୧-୨୩ ରାୟଗଡା ବ୍ଲକ ଅନ୍ତର୍ଗତ ଜେ କେ କାଗଜ କଳସ୍ଥିତ ଲକ୍ଷ୍ମୀ ପତ୍ ସିଙ୍ଘାଣିଆ ପବ୍ଲିକ ଉଁ ସ୍କୁଲର ଉଁ ୪୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମନୋଜ କୁମାର ୟାଦବ, କମାଣ୍ଡାଣ୍ଟ, ଚତୁର୍ଥ ବ୍ୟାଟେଲିନ CRPF, ରାୟଗଡା ଯୋଗ ଦେଇଥିଲେ। ଏହା ସହିତ ଜେ. କେ କାଗଜ କଳର ଉପ ସଭାପତି ଏବଂ ସ୍କୁଲ ସଂଯୋଜକ ଶ୍ରୀ ବିଶ୍ୱଜିତ ଦିୱେଦି ଏହି ଉତ୍ସବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମନୋଜ କୁମାର ୟାଦବ ଏବଂ ସମାନନୀୟ ଅତିଥି ଶ୍ରୀ ବିଶ୍ୱଜିତ ଦ୍ବି୍ବେଦି ବିଦ୍ୟାଳୟର ଛାତ୍ର, ଛାତ୍ରୀମାନଙ୍କୁ ମହତ୍ତ୍ଵ ପୂର୍ଣ୍ଣ ଉପଦେଶ ଦେବା, ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ରୁବି କୁଣ୍ଡୁଙ୍କ ପରିଚାଳନାରେ ଅନୁଷ୍ଠିତ କରାଯାଇଥିଲା। ପରିଶେଷରେ ଶ୍ରୀ ମନୋହର ହୁସେନ ଖାନଙ୍କ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ.।