ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ା ଝୋଲା,ସୁନାମୁହି ରାସ୍ତା ର ବିଧାୟକ ଙ୍କ ଦ୍ଵାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଆଜି ବାହାଡ଼ା ଝୋଲା ,ସୁନାମୁହି ପୂର୍ତ ବିଭାଗ ରାସ୍ତା କୁ ସ୍ତାନିୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି।ସୁଚନା ମୁତାବକ, ଦିର୍ଘ ବର୍ଷର ସମସ୍ୟା ବାହାଡ଼ା ଝୋଲା ସୁନାମୁହି ପୂର୍ତ ବିଭାଗ ରାସ୍ତା ଆଠୁଏ ଖାଲଖମା ରେ ପରିପୂର୍ଣ ଥିଲା ଏହି ରାସ୍ତା ନୂଆଗାଁ ବ୍ଲକ ଓଡ଼ଗାଁ ବ୍ଲକ କୁ ସଂଯୋଗ କରୁଥିବା ବେଳେ ଗଂଜାମ ଓ କନ୍ଧମାଳ କୁ ଏହି ବାହାଡ଼ା ଝୋଲା ସୁନାମୁହି ପୂର୍ତ ବିଭାଗ ରାସ୍ତା ମୁଖ୍ୟ ରାସ୍ତା ହୋଇଥିଲେ ମଧ୍ୟ ଅବହେଳିତ ରହିଥିଲା। ବହୁଥର ଖବର ପ୍ରକାଶ ପାଇବା ପରେ ଓଡ଼ିଆ ସରକାର ଙ୍କ ସୁଭଦୁଷ୍ଟି ଓ ସ୍ତାନିୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ଡକ୍ଟର କରୁଣ କୁମାର ସାହୁ ଙ୍କ ପ୍ରଚେଷ୍ଟା ରେ ଆଜି (୧୬) କୋଟି ଟଙ୍କା ବ୍ୟୟ ରେ ରାସ୍ତାର ସୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏଥିସହିତ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ବିଧାୟକ ଡକ୍ଟର କରୁଣ କୁମାର ସାହୁ ଙ୍କ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାଙ୍କ ସହିତ (୧୬) ନମ୍ବର ଜୁନର ଜିଲ୍ଲାପରିଷଦ ସଭ୍ୟା ଜସ୍ମିନୀ ଦାସ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର ସଣ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,(୧୭) ନମ୍ବର ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲିପ୍ ଦଳବେହେରା, ସରପଞ୍ଚ,ସୁସାନ୍ତ କୁମାର ସାହୁ, ଫକିର ମୋହନ ସାହୁ, ଆରତୀ ସେଠୀ,ଓ ସମିତି ସଭ୍ୟ ମିତା ଅଧିକାରୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ସରକାର ଙ୍କ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଆୟୋଜନ କରିଥିଲେ।

ନୟାଗଡ଼ ଜିଲ୍ଲା ନୂଆଗାଁ ରୁ ମାନସ ରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *