ବିଧାୟକଙ୍କ କରକମଳରେ ବିଯୁସେତୁର ଭିତ୍ତିପ୍ରସ୍ତର ସ୍ଥାପନ
![](https://teerthkhetra.com/wp-content/uploads/2023/05/IMG_20230501_00000240.jpg)
ଗ୍ରାମ ଉନ୍ନୟନ ବିଭାଗ, ଓଡିଶା ସରକାର ଙ୍କ ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ବିଜୁସେତୁ ଯୋଜନା ରେ ଦୁଇଗୋଟି ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ ଯୋଗ ଦେଇ ଦୁଇଗୋଟି ବିଯୁ ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଅନ୍ୟ ଅତିଥି ଭାବେ କଙ୍କଡାହାଡ଼ ବ୍ଲକ ଅଧକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବିଭାର ସମସ୍ତ ପଦାଧିକାରିଙ୍କ ସହ ଆଖପାଖ ଅଞ୍ଚଳ ର ଶହଶହ ଗ୍ରାମବାସୀ ଉପସ୍ଥିତ ଥିଲେ l ବାମ ପଞ୍ଚାୟତର ଉତରାଷ ନାଳ ଉପରେ ଗୋଟିଏ ବ୍ରିଜ ହୋଇଥିବାବେଳେ,ଏହି ପୋଲଟି ୪୩ ମିଟର ଲମ୍ବ ଥିବାବେଳେ ୯୦୦ ମିଟର ଆପ୍ରୋଚ ରୋଡ ଅଛି। ଏହାର ଅଟକଳ ପରିମାଣ ପ୍ରାୟ ୨ କୋଟି ୫୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏହା ଆସନ୍ତା ମାର୍ଚମାସ ସୁଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ଏହି ସେତୁ ଦ୍ୱାରା ଡୋଲିଆ,ବାମ ପଥରଗଡ ଓ ଝିଲି ଲୋକଙ୍କୁ ବେସ ସହାୟତା ହେବ। ସେହିଭଳି ସେହି ପଞ୍ଚାୟତର ଗୋବରି ନାଳ ଉପରେ ମଧ୍ୟ ଏକ ବିଯୁସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳ ଏହା ୪୩ ମିଟର ଲମ୍ବର ସେତୁ ହେବାକୁ ଥିବାବେଳେ ୬୦୦ ମିଟର ଆପ୍ରୋଚ ରୋଡ ଅଛି। ଏହି ସେତୁ ଦ୍ବାରା ଗୋବରି, ଘୁଣ୍ଟୁଳିପଶି,କଣ୍ଟାପାଳ ଓ ଡୋଲିଆ ଗ୍ରାମଭଳି ହଜାର ହଜାର ଗ୍ରାମବାସୀ ଏଥିରେ ଯିବାଆସିବାରେ ସହାୟକହେବ।l ସେଥିପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l