ବଡ ବଦାଙ୍ଗି ଠାରୁ ସୁନାଖଣ୍ଡି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ବଡ ବଦାଙ୍ଗି ଠାରୁ ସୁନାଖଣ୍ଡି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ; କଥା ଦେଇ କଥା ରଖିଲେ ବିଧାୟକ ନୀଳମଣି ! ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଅନ୍ତର୍ଗତ ବଡବଦାଙ୍ଗି ଠାରୁ ସୁନାଖଣ୍ଡିକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପ୍ରାୟ ୬ କିଲୋମିଟର ବ୍ୟାପୀ ରାସ୍ତାର ନିର୍ମାଣ ହେଵା ନେଇ ଜଣାପଡ଼ିଛି। ଯଦ୍ବାରା ପ୍ରାୟ ୭ରୁ ୧୦ ଖଣ୍ଡ ଗାଁର ଲୋକେ ଉପକୃତ ହୋଇପାରିବେ। ଅତ୍ୟନ୍ତ ଖାଲଖମା ପଥୁରିଆ ରାସ୍ତାରେ ଯାତାୟାତ କରିବା ଅଞ୍ଚଳବାସୀଙ୍କ ଅତ୍ୟନ୍ତ କଷ୍ଟକର ହୋଇପଡୁଥିଲା l ଅସରlଏ ବର୍ଷାରେ ଏହି ରାସ୍ତା ପଲଟିଯାଏ ମରଣ ଯନ୍ତା। ଗାଁ ଗୁଡ଼ିକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନଥିଲା କିନ୍ତୁ ବର୍ତ୍ତମାନ ଏହି ରାସ୍ତା ନିର୍ମାଣ ଫଳରେ ଲୋକଙ୍କ ଗମନାଗମନ ସୁବିଧା ସହ ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି ବିଧାୟକ ନୀଳମଣି ବିଷୋୟୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ବିଧାୟକ ପଦରେ ଅଭିଷିକ୍ତ ହେବା ପୂର୍ବରୁ ଦେଇଥିବା କଥା ରଖି ଥିବାରୁ ଅଞ୍ଚଳବାସୀ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ଆଜିର ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ, ଦଳୀୟ କର୍ମୀ ଓ ନେତୃବୃନ୍ଦ ସାମିଲ ହୋଇଥିଲେ । ବଡ଼ ବଦାଙ୍ଗୀ ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ତରଫରୁ ବିଧାୟକ ନୀଳମଣି ବିଷୋୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ