କୋରେଇ ବିଜେପିର ମିଶ୍ରଣ ପର୍ବ ଆକାଶଙ୍କୁ ଭରଷା କରି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ

କୋରେଇ ବିଜେପିର ମିଶ୍ରଣ ପର୍ବ ଆକାଶଙ୍କୁ ଭରଷା କରି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀସାଧାରଣ ନିର୍ବାଚନ ପରେ ଶାସକ ବିଜେପିର ଏକ ବର୍ଷର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟ ଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କେରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି କୋରେଇ ବିଜେପି ପକ୍ଷରୁ କୁଆଖିଆ ସ୍ଥିତ କିର୍ତୀ ପ୍ୟାଲେସ୍ ଠାରେ ଏକ ମିଶ୍ରଣ ପର୍ବ ମାନ୍ୟବର କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରସୁଲପୁର ବ୍ଲକ୍ ନରସିଂହପୁର ଗ୍ରାମପଂଚାୟତର ଆଗଧାଡିର ଶତାଧିକ କର୍ମୀ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ , ସ୍ୱଚ୍ଛ କାର୍ଯ୍ୟଶୈଳୀ, ସର୍ବପରି କୋରେଇର ବିଧାୟକ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି ।

ସମସ୍ତ ଆଗନ୍ତୁକ ନରସିଂହପୁର ପଂଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ନରସିଂହପୁର ପଂଚାୟତରେ ବିଜେପି ସ୍ଥିତି ସୁଦୃଢ ହେବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିନ୍ତ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ