ଦେଶଦ୍ରୋହୀ ଦେଶ ଛାଡ଼

ଭଦ୍ରକ :୨୬/୧୦:-ଗତ ରବିବାର ଭାରତ- ପାକିସ୍ତାନ କ୍ରିକେଟ ମ୍ୟାଚ ପରେ ଭାରତର ପରାଜୟ ଏବଂ ପାକିସ୍ତାନର ବିଜୟରେ ଖୁସି ହୋଇ ଭଦ୍ରକ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଉଥିବା ଦେଶଦ୍ରୋହୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଦେଶଦ୍ରୋହୀ ମାମଲା ରୁଜୁକରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମାନନୀୟ ଚରଣ ସିଂ ମିନାଙ୍କୁ ବିଶ୍ଵ ହିନ୍ଦୁ ପରିଷଦ, ଭଦ୍ରକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ମାନ୍ୟ ବିଜୟ କୁମାର ସିହ୍ନା ଭାଇଙ୍କ ନେତୃତ୍ୱରେ ପରିଷଦ ଏବଂ ବଜରଙ୍ଗ ଦଳର ଏକ ପ୍ରତିନିଧି ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାର ଏକ ନକଲ ପୂର୍ବାଞ୍ଚଳ IG ଏବଂ ପୁଲିସ ମହାନିର୍ଦ୍ଦେଶକ, ଓଡ଼ିଶାଙ୍କ ବିହୀତ ପଦକ୍ଷେପ ପାଇଁ ପ୍ରଦାନ କରାଯାଇଛି।। ଏହି ଅବସରରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନ୍ୟ ମାନସ ମହାନ୍ତି ଭାଇ, ପୂର୍ବତନ ବାଲେଶ୍ଵର ବିଭାଗ ସଂଯୋଜକ ମାନ୍ୟ ସ୍ୱାଧୀନ ସୁନ୍ଦର ଦାସ, ବିଶ୍ୱ ହିନ୍ଦୁ ପରିଷଦର ଭଦ୍ରକ ଜିଲ୍ଲା ଉପ ସଭାପତି ମାନ୍ୟ ନିରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ମାନ୍ୟ ଶ୍ରୀକାନ୍ତ ଲେଙ୍କା ଭାଇ, ନଗର ସଭାପତି ପୁନିଲ ସାମନ୍ତ ଭାଇ, ସମ୍ପାଦକ ଜ୍ୟୋତି ସାହୁ ଭାଇ, ବଜରଙ୍ଗ ଦଳର ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟ ଭାଇ, ଯୁବ ସଂଗଠକ ସୁଶାନ୍ତ ଜେନା ଭାଇ, ବିକ୍ରମ ମହାପାତ୍ର ଭାଇ, ଦୁର୍ଗା ଶଙ୍କର ଜେନା ଭାଇ, ପ୍ରଶାନ୍ତ ମଲ୍ଲିକ ଭାଇ, ସୁରଜ ରାମ ଭାଇ, ବାପୁନ ମହାପାତ୍ର ଭାଇ, ସନ୍ତୋଷ ନାୟକ ଭାଇ, ଅନୀଲ ବେହେରା ଭାଇ, ରାହୁଲ ସାହୁ ଭାଇ, ସାଗର ବେଜ ଭାଇ, ସମ୍ବିତ ନାୟକ ଭାଇ ପ୍ରମୁଖ ସାମିଲ ହୋଇଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *