ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ ସଚେତନତା ଶିବିର

ରାୟଗଡ଼ା-୧/୧୦(ସ୍ବପ୍ର)-ରବିବାର ସକାଳ ଘ ୧୧.୦୦ମି ରେ ସ୍ଥାନୀୟ ମାତ୍ରୁ ଶକ୍ତି ବରିଷ୍ଠ ନାଗରିକ ଗୃହ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହେବା ସହିତ ନାଲସା ସ୍କିମ ୨୦୧୬, ସିନିଅର ସିଟିଜନ ଆକ୍ଟ ୨୦୦୭ ଓ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପ୍ରୋବେସନରେ ଥିବା ସିଭିଲ ଜଜ୍ ରିଚି ମିଲନ ପାତ୍ର, ଓକିଲ ସୀତାରାମ ପଣ୍ଡା, ଏସ୍.ଏସ୍.ଏସ୍.ଓ, ଗୁଣୁପୁର ଏଲ୍. ସନ୍ତୋସ କୁମାର, ରାୟଗଡା ବ୍ଲକର ଜି.ପି.ଇ.ଓ ଗୋପାଲ ପଣ୍ଡା, ମାତ୍ରୁ ଶକ୍ତି ବରିଷ୍ଠ ନାଗରିକ ଗୃହ ର ଡାଇରେକ୍ଟର ଶ୍ରୀ ରମେଶ ନାଏକ ଓ ଅଧିକାରୀ ଏମ୍.କ୍ରୀଷ୍ନା ରାଓ, ଏମ୍.ଟି.ଏସ୍ କୃଶ୍ନ ଚନ୍ଦ୍ର ମହାରଣା, ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ର ସମସ୍ତ ବରିଷ୍ଟ ନାଗରିକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇ ଥିବା ବିଭିନ୍ନ ଆଇନ ଓ ସରକାରୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା l ବରିଷ୍ଠ ନାଗରିକ ପାଇ ଥିବା ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଜିଲ୍ଳା ଆଇନସେବା ପ୍ରାଧିକରଣ, ରାୟଗଡା ତରଫରୁ ସମସ୍ତ ବରିଷ୍ଠ ନାଗରିକ ପାଇ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଥିଲା l ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ମାତ୍ରୁ ଶକ୍ତି ବରିଷ୍ଠ ନାଗରିକ ଗୃହର ର ବରିଷ୍ଠ ନାଗରିକ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ନୃସିଂହ ଚରଣ ବାରିକ ରିପୋର୍ଟ

Leave a Reply

Your email address will not be published. Required fields are marked *