ଆଇନ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆଦେଶାନୁସାରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅମିତ୍ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ଚେରିଷ୍ଟିଜ୍ୟୋତି ଆଶ୍ରମ, ବଳିଆପଣ୍ଡା ଠାରେ ଭାରତୀୟ ଭିନ୍ନକ୍ଷମ ଦିବସ ପାଳନ ସଂପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ବାରିକ ନିଜ ବକ୍ତବ୍ୟରେ ଜନସାଧାରଣଙ୍କ ଆଇନଗତ ଅଧିକାର ଓ ଆଇନ ସହାୟତା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିବା ସହ ଭିନ୍ନକ୍ଷମ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ବିଧିବଦ୍ଧ ଆଇନ ଏବଂ ସେମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଚିବ ଚେରିଷ୍ଟୋଜ୍ୟୋତି ଆଶ୍ରମର ଶ୍ରୀଯୁକ୍ତ ପ୍ରଦୀପ ମାଝି ମୁଖ୍ୟ ଅତିଥିଭାବେ ଯୋଗଦେଇ ସେଠାକାର ଅନ୍ତେବାସୀ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ଉପରେ ଗୁରୁତ୍ୱା ଦେବାପାଇଁ ଆଲୋଚନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରିଚାଳନା କରିଥିଲେ ଏବଂ ପ୍ରାଧିକରଣର କର୍ମଚାରୀମାନେ ଏହାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *