ମୃତକଙ୍କ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା ପ୍ରଦାନ

ପୋଲସରା ବ୍ଲକ ଅନ୍ତର୍ଗତ ମନସିଳା ଗ୍ରାମର ସାହେବ ସାହୁ ବୟସ ୪୬ ସୁରାଟଠାରେ ଶ୍ରମିକ ଭାବେ କାର୍ଯ୍ୟରତ ସମୟରେ ଆକସ୍ମିକ ମୃତ୍ୟୁବରଣ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ମନସିଳା ସ୍ଥିତ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।