ସରପଞ୍ଚ ସଙ୍ଘ ପକ୍ଷରୁ ପୁରୀ ସଦରବ୍ଲକ ବିଡ଼ିଓଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ

ଗତକାଲି ପୁରୀଜିଲ୍ଲା ସରପଞ୍ଚ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଆଜି ସଦର ବ୍ଲକ ବିଡ଼ିଓଙ୍କୁ ଦାବିପତ୍ର ଦିଆଯାଇଛି l ଏହି ଦାବିପତ୍ର ରେ ଏଗାର ଦଫା ଦାବି ନେଇ ଅବଗତ କରାଯାଇଛି l ଆଗାମୀ ଦିନରେ ଏହି ଦାବିଗୁଡିକ କାର୍ଯ୍ୟକାରୀ ନକରାଗଲେ ସରପଞ୍ଚ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ରମେଶ ପ୍ରଧାନ, ସଦର ବ୍ଲକ ସମ୍ପାଦକ ସିଲୁ ସେନାପତି, ବେଲଦଳ ସରପଞ୍ଚ ବିପିନ ଦାସଙ୍କ ସହିତ ସଦରବ୍ଲକ ର ତିରିଶି ଜଣ ସରପଞ୍ଚ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *