ଗୋପରେ ଅବକାରୀ ଚଢାଉ

ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବାଲିଦଣ୍ଡା ଅଞ୍ଚଳରୁ ( 1)ସୁବାଷ ମଲ୍ଲିକ, (2)ରିତା ନାଏକ ଏବଂ ନୂଆହାଟ ବଜ଼ାରରୁ (3) ବିକ୍ରମ କୁମାର ସାହୁଙ୍କୁ ଗିରଫ କରି ସେମାନଙ୍କଠାରୁ 25 ଲିଟର ଲେଖାଏଁ ସମୁଦାୟ 75 ଲିଟର aska-40( ଦେଶୀ ମଦ ) ଜବତ କରାଗଲା। ତିନିଜଣ ଆସାମୀଙ୍କୁ କୋଣାର୍କ ଅବକାରୀ ଥାନା କେସ ନଂ -4,5, & 6/23-24 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାର ପଠାଗଲା।ଏହି ଚଢ଼ାଉରେ ASI ଶ୍ରୀ ଲୋକନାଥ ପାତ୍ର, Staff-ସ୍ଵାଗତିକା ଘଡେଇ, ବିଶ୍ୱଜିତ ମହାପାତ୍ର, ସେକ ୱାରିସ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *