ଆସ ହାତଧୋଇବା ରୋଗ ସଂକ୍ରମଣ ରୁ ମୁକ୍ତି ପାଇବା

ଟିଟିଲାଗଡ଼ : ୦୨/୧୧ ଆଜି ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ଖୋଲାନ୍ ଗ୍ରାମପଞ୍ଚାୟତ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ହାତଧୋଇବା ଏବଂ କିଭଳି ବିଭିନ୍ନ ରୋଗ ସଂକ୍ରମଣ ଠାରୁ ଦୂରରେ ରହିବା । ଏନେଇ ଏକ ସଚେତନତା ଏବଂ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । କିଶୋରୀ ଯୁବତୀ ମାନେ ତାଙ୍କର ରୂତୁଶ୍ରାବ ସମୟରେ କିଭଳି ପରିଷ୍କାର ପରିଚ୍ଛନ୍ନ ରହିବେ ଏବଂ ନିଜ ପରିବେଶ ତଥା ଲୁଗା ପଟା କୁ କିଭଳି ସଫାସୁତୁରା ରଖିବେ ଏଭଳି ବିଭିନ୍ନ ବିଷୟରେ ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ସମସ୍ତ ଆସା କର୍ମଚାରୀ ଙ୍କୁ ନେଇ ତାଲିମ୍ ଏବଂ ଉକ୍ତ ବିଷୟରେ ସମସ୍ତ ଗ୍ରାମାଞ୍ଚଳ ର ଲୋକଙ୍କ ପାଖକୁ ଯାଇ ସମସ୍ତ ଙ୍କୁ କେମିତି ସଚେତନତା କରିବେ ତାହା ନେଇ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଖୋଲାନ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ଶ୍ରୀଯୁକ୍ତ ମିନକେତନ କିସାନ୍ ଙ୍କ ଅଧ୍ୟକ୍ଷତାରେ ଓ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ରଣା ଙ୍କ ଦାୟିତ୍ଵ ରେ ଏବଂ ବ୍ଳକ୍ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ସୀତାକାନ୍ତ ନାଗ , ତଥା ରାଜ୍ୟ ୟୁନିସେଫ୍ ସମାଲୋଚକ ଶ୍ରୀ ଛାୟାଧର ସାହୁ , କୁମାରୀ ଶ୍ରେୟା ପଟ୍ଟନାୟକ , ଗୋପାଳକୃଷ୍ଣ ସାହୁ ,କବିନ୍ଦ୍ର ଜେନା ଏବଂ ଟିଟିଲାଗଡ଼ ବ୍ଳକ୍ ର ସମସ୍ତ ଆସା କର୍ମୀମାନେ ଉପସ୍ଥିତ ଥିଲେ ।