ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କାମାକ୍ଷାନଗର,୨୪/୦୪- ସମ୍ବଲପୁର ସହରରରେ ଗତ ୧୨ ତାରିଖରେ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ଅବସରରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ସମୟରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପଥରମାଡ,ଖଣ୍ଡା ଓ ଛୁରୀରେ ଆକ୍ରମଣ କରିବା ସହ ପୋଡାଜଳା,ବାଇକକୁ ଭଙ୍ଗାରୁଜା କରିଥିଲେ।ଏହା ଫଳରେ କିଛି ଦିନ ଧରି ସହରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହାକୁ ବିରୋଧ କରି ଆଜି କାମାକ୍ଷାନଗର ହିନ୍ଦୁ ସମାଜ ତରଫରୁ ଶତାଧିକ ଲୋକ ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସହରରେ ଶାନ୍ତି ଫେରାଇବା ଆଣିବା ସହ ଲୋକମାନେ ଶୁରକ୍ଷିତ ଭାବେ ଜିବନଜାପନ କରି ପାରିବେ ଓ ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ଏହି ଘଟଣାକୁ ନେଇ ସହରରେ ଇଣ୍ଟରନେଟ କନେକସନ ମଧ୍ୟ ବନ୍ଦ କରାଯାଇଥିଲା।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *