ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପତ୍ର ଦେଲେ ଶତାଧିକ ମହିଳା

ପିପିଲି — ଆଜି ପ୍ରବଳ ବର୍ଷା ସତ୍ୱେ ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପତ୍ର ଦେଲେ ଡେଲାଙ୍ଗ-ପିପିିଲିର ଶତାଧିକ ମହିଳା । ଆଜି ପୁରୀ ଗସ୍ତ କରି ଫେରୁଥିବା ସମୟରେ ପ୍ରବଳ ବର୍ଷା ସତ୍ତ୍ୱେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଙ୍କୁ ସାଙ୍ଗରେ ଧରି ପିପିଲି ରେ ପହଞ୍ଚି ଜନସାଧାରଣ ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତା ରମଣ ପୁରୀ ଜଗନ୍ନାଥ ଧାମ ଗସ୍ତ କରି ଫେରୁଥିବା ବେଳେ ପିପିଲି ମଙ୍ଗଳପୁର ଠାରେ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ପାଇଁ ଶତାଧିକ ସ୍ଥାନୀୟ ମହିଳା ପୁରୁଷ ଓ ବିଜେପି କର୍ମୀମାନେ ଅପେକ୍ଷା କରିଥିଲେ । ପୁରୀ ରୁ ଭୁବନେଶ୍ୱର ଅଭିମୁଖେ କେନ୍ଦ୍ର ମନ୍ତ୍ରୀ ଙ୍କ କରିଡ଼ର ଯାତ୍ରା କରୁଥିବା ସମୟରେ ପିପିଲି ମଙ୍ଗଳପୁର ଠାରେ ଶହ ଶହ ସଂଖ୍ୟା ମହିଳା କର୍ମୀମାନେ ବର୍ଷା ରେ ଭିଜି ହୋଇ କେନ୍ଦ୍ରମନ୍ତ୍ରୀ ଙ୍କୁ ରାଜରାସ୍ତା ର ଉଭୟ ପାର୍ଶ୍ଵରେ ସ୍ଵାଗତ କରୁଥିଲେ । ତେବେ ଅପେକ୍ଷାରତ ଶତାଧିକ ଜନସାଧାରଣ ମହିଳା ଓ ବିଜେପି କର୍ମୀ ମାନଙ୍କ ଉତ୍ସହ ଦେଖି ଅଟକି ଯାଇଥିଲେ ଉଭୟ ଦୁଇ କେନ୍ଦ୍ରମନ୍ତ୍ରୀ। ସଭାସ୍ଥଳକୁ ନିକଟକୁ ଗାଡ଼ି ନେଇ ଯାଇ ସଭାରେ ଯୋଗ ଦେଇ ଉପସ୍ଥିତ ଶତାଧିକ ମହିଳା ପୁରୁଷ ଓ ବିଜେପି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ପିପିଲି ମଙ୍ଗଳପୁର ଠାରେ ମାତ୍ର ୧୫ ମିନିଟ ପାଇଁ ଧନ୍ୟବାଦ ସାଧାରଣ ସଭାରେ ଯୋଗ ଦେଇ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ର ରେ ମୋଦୀ ସରକାର ପୁଣି ଥରେ ଶାସନ ଭାର ସମ୍ଭାଳିବେ ବୋଲି ଦଂଭକ୍ତି ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାର ଦୀର୍ଘ ୯ବର୍ଷ ସେବା ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ସୁଯୋଗ ତିଆରି କରିଛନ୍ତି ସେନେଇ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି। ୭୭ତମ ସ୍ବାଧୀନତା ଦିବସ ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨କୋଟି ମହିଳା ଙ୍କୁ ଲକ୍ଷପତି କରିବା, ନୂଆ ଟେକ୍ନୋଲୋଜି ରେ ମହିଳା ମାନଙ୍କ ସ୍ବାବଲମ୍ବୀ କରିବା ପାଇଁ ୠଣ ପ୍ରଦାନ,ଓ ଓବିସି ବର୍ଗର ବିଶ୍ଵକର୍ମା ଯୋଜନା ରେ ମହିଳା ମାନଙ୍କୁ ୧୫ ହଜାର କୋଟି ଟଙ୍କା ବ୍ୟୟ ବରାଦ ରେ ମହିଳା ମାନେ ଆଶା ସଂଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଡେଲାଙ୍ଗ-ପିପିିଲି ଅଂଚଳର ଶତାଧିକ ମହିଳା ମାନଙ୍କ ପକ୍ଷରୁ ସରସ୍ଵତୀ ପୁର , ମଙ୍ଗଳପୁର , ସଂପୁର , ନୂଆଶାସନ ପଂଚାୟତ ମହିଳା ସରପଞ୍ଚ ଉପସ୍ଥିତ ରେ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମାନେ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଉପସ୍ଥିତ ଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି ନେତା ଓମ ପ୍ରକାଶ ମିଶ୍ର ଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ କେନ୍ଦ୍ରମନ୍ତ୍ରୀ ଙ୍କୁ ମହିଳା କାରିଗର ଙ୍କ ପକ୍ଷରୁ ପିପିଲି ଚାନ୍ଦୁଆ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *