ଆରକ୍ଷୀ ଅଧିକାରୀଙ୍କୁ ABVP ତରଫ ରୁ ଦାବୀପତ୍ର

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ଭଦ୍ରକ ଜିଲ୍ଲା ତରଫରୁ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଦିଆଯାଇଛି ,ଭଦ୍ରକ ଜିଲ୍ଲା ଆଗରପଡା ମହାବିଦ୍ୟାଳୟ ପରିସର ରେ ସରକାରୀ/ପ୍ରଶାସନିକ କାର୍ଯ୍ୟକ୍ରମ ଯୁବ ଓଡିଶା ନବୀନ ଓଡିଶା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଲେଜ ପିଲାମାନଙ୍କ ଦ୍ୱାରା ଏକ ଗୀତିନାଟ୍ୟ ପରିବେଷଣ ହୋଇଥିଲା । ଯେଉଁ ନାଟକ ରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ଏବଂ ମାତା ସୀତା ଙ୍କୁ ଅତି କଦର୍ଥ ଅପମାନ ହେଲା ଭଳି ନାଟକ ପରିବେଷଣ ହୋଇଥିଲା ଯାହା ସମଗ୍ର ହିନ୍ଦୁ ସମାଜ ଛାତ୍ର ସମାଜ କୁଠାରଘାତ କରିଛି । ଦୁର୍ଭାଗ୍ୟଜନକ କଥା ଯେ ଉକ୍ତ ବିବାଦୀୟ ନାଟକ ପରିବେଷଣ ହେଉ ଥିବା ବେଳେ,ଉକ୍ତ କଲେଜ ର ଅଧ୍ୟାପକ କର୍ମଚାରୀ ,ବିଚାର ମଣ୍ଡଳି ପରିଚାଳନା କମିଟି ଉପସ୍ଥିତ ରହି ତାଳି ମାରୁଥିଲେ। ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତାଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଦାନ କରିଛନ୍ତି। ଏଥିରେ ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜୌତି ପ୍ରକାଶ ସାହୁ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *