ସାପ କାମୁଡ଼ାରେ ଚାଲିଗଲା ଜୀବନ ।

ଧାମନଗର :- ୨୭/୭ :- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଚୂଡ଼ାକୁଟି ପଞ୍ଚାୟତରେ ଥିବା ତାମ୍ପଳା ଗ୍ରାମରେ ଆଜି ଦୁଃଖର ଲହରୀ ଖେଳିଯାଇଛି। ସୂଚନାନୁସାରେ ତାମ୍ପଳା ଗ୍ରାମର ବାବାଜୀ ଘୋଷ ଗତକାଲି ଘରେ ଚାଉଳ ବସ୍ତା ବାହାର କରୁଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗ୍ରାମର କିଛି ଲୋକ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଯାଇଥିଲେ। ସେଠାରେ ଅନେକ ସମୟ ରହିବା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ରାତିରେ କଟକ ବଡ଼ ମେଡିକାଲକୁ ରେଫର କରିଥିଲେ, କିନ୍ତୁ ସେମାନେ ଅଳ୍ପ କିଛି ବାଟ ଯିବା ଭିତରେ ବାବାଜୀ ଘୋଷଙ୍କ ଚାଲିଯାଇଛନ୍ତି ବୋଲି ସନ୍ଦେହ ହେବାରୁ ପୁଣି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣିଥିଲେ ଏବଂ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମେଡିକାଲ ନେଇଯାଇଥିବା ଗ୍ରାମବାସୀମାନେ କିନ୍ତୁ ଏହି ମୃତ୍ୟୁର କାରଣ ଡାକ୍ତର ଏବଂ ନର୍ସମାନଙ୍କ ଚିକିତ୍ସା ଅବହେଳିତ ପାଇଁ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ସାପ କାମୁଡିଥିବା ହାତକୁ ସେମାନେ ଗୋଟିଏ କପଡ଼ାରେ ବାନ୍ଧିଥିଲେ। କିନ୍ତୁ ବ୍ଲଡ଼ ରିପୋର୍ଟ ଆସିବା ଆଗରୁ ଡାକ୍ତର ଏହି କପଡା ଖୋଲିଥିଲେ ଏବଂ ଏହାର ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କିଛି ପ୍ରତିକାର କରିନଥିଲେ । ଗ୍ରାମବାସୀମାନେ ଦିଦିଙ୍କୁ ଡାକିଥିଲେ ବି ସେମାନେ ବହୁତ ବିଳମ୍ବରେ ଆସିଥିଲେ। ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଥିବା ଚିକିତ୍ସାର ଅବହେଳିତ କାହାଣୀ ଏବଂ ମେଡିକାଲ କର୍ମଚାରୀମାନଙ୍କର ମନମୁଟାନିଆ କାର୍ଯ୍ୟ ଆମେ ପୂର୍ବରୁ ଖବରରେ ଦେଖିଥିଲୁ । ଆଜି ପୁଣି ଏହାର ଆଉଥରେ ପୁନରାବୃତ୍ତି ହୋଇଛି। ଯଦି ଏହିଭଳି ଅବ୍ୟବସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୁଏ ତାହାଲେ ଲୋକମାନେ କେମିତି ରୋଗ ମୁକ୍ତ ହେବେ ଦୟାକରି ପ୍ରଶାସନ ଏହାକୁ ତଦାରଖ କରନ୍ତୁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *