ନବୀନ ଓଡ଼ିଶା ତରଫରୁ ଆୟୋଜିତ ସାହିତ୍ୟ ଆଲୋଚନା ଚକ୍ର ଓ ଉଦଯାପନୀ

ଗୋଲାମୁଣ୍ଡା,ତା ୨୪.୧.୨୦୨୪-କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଅଭିନବ ପଦକ୍ଷେପ – ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଓ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାଧ୍ୟାପକ ଜୟନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ କବିତା ଲିଖନ, ଓଡ଼ିଆ ଭାଗବତ ପଠନ, ଓଡ଼ିଆ କବିତା ପଠନ, ଓଡ଼ିଆ ଗୀତ ଗାୟନ, ଓଡ଼ିଆ ହସ୍ତାକ୍ଷର ଲିଖନ,କୁଇଜ୍ , ଓଡ଼ିଆ ବ୍ଯାକରଣ ଦକ୍ଷତା ଓ ଓଡ଼ିଆ ଲୋକ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବା ସହ ଜଗନ୍ନାଥ ସଂସ୍କୃତି ଆଧାରିତ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନୀତ ଆଲୋଚକ ଭାବେ ସୁସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ସତ୍ୟ ପଟ୍ଟନାୟକ ଯୋଗ ଦେଇ “ଓଡ଼ିଆ ସଭ୍ୟତା ଓ ଇତିହାସର ପ୍ରତୀକ ଶ୍ରୀଜଗନ୍ନାଥ” ପ୍ରସଙ୍ଗରେ ଆଲୋଚନା କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟ , ଧର୍ମଗଡ଼ର ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର “ଓଡ଼ିଆ ସାହିତ୍ୟ ଓ ଦର୍ଶନରେ ଶ୍ରୀଜଗନ୍ନାଥ” ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅନ୍ୟତମ ଆଲୋଚିକା ଭାବେ ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାର ଅଧ୍ୟାପିକା ଡ. ରାଧାରାଣୀ ନାୟକ “ଶ୍ରୀଜଗନ୍ନାଥ ସଂସ୍କୃତି :ଓଡ଼ିଆ ଜାତିର ଅସ୍ମିତା” ବିଷୟରେ ଆଲୋଚନା କରିଥିଲେ ଓ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରତାପ ଚନ୍ଦ୍ର ନାୟକ “ଓଡ଼ିଆ କଳା ଓ ସଂସ୍କୃତିର ପ୍ରାଣ ଶ୍ରୀଜଗନ୍ନାଥ” ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରବୀର କୁମାର ରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ସରୋଜ କାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ସାହିତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର-ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ଅଧ୍ଯାପକ ଘନଶ୍ୟାମ ଭାଟି, ସନ୍ଦୀପ କୁମାର କାନୁନଗୋ, ଯଯାତି କେଶରୀ ରାଉତ, କବି ପ୍ରସାଦ ପଟ୍ଟନାୟକ, ଅଧ୍ୟାପିକା ଶୋଭାଗିନୀ ନାୟକ, ଅଧ୍ଯାପକ ତ୍ରିନାଥ ପଟ୍ଟନାୟକ, ଅଧ୍ୟାପିକା ପ୍ରିୟମ୍ବଦା ରଥ ,ଦିଲ୍ଲୀପ କୁମାର ସ୍ବାଇଁ, ପ୍ରସନ୍ନ କୁମାର ପ୍ରଧାନ, ହିମାଞ୍ଚଳ ମେହେର , ଗୋବର୍ଦ୍ଧନ ମେହେର, ଦେବରାଜ ମେହେର , ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଷୀରସିନ୍ଧୁ ମଙ୍ଗରାଜ, ଜାନକୀ ସିପକା, ଖୁଜାରାମ ମାଝୀ, ନିର୍ମଳ ସ୍ୱାଇଁ, ଗଣେଶ କାଣ୍ଡ, କୋରେ ବେୱା, ତାରିଣୀ ମହାନନ୍ଦ, ମାଣିକ୍ୟ ପଟେଲ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।