ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ଗ୍ରାମ ବାସୀଙ୍କ ବିରୋଧ

କୋଣାର୍କ ୨୪.୦୩.୨୦୨୩ ମାଧିପୁର ମୌଜାରେ ଏକ ବିବାଦୀୟ ସ୍ଥାନରେ କୋର୍ଟ ନିର୍ମାଣ କାର୍ଯ୍ୟକୁ ପାଢ଼ୀସାହି ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ଗତ କିଛିଦିନ ତଳେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ବାରା ଉଦଘାଟିତ ହୋଇଥିଲା ଏହି କୋର୍ଟ । ଗ୍ରାମବାସୀ ମାନେ ବିଭିନ୍ନ ସମୟରେ କୋର୍ଟର ଆଶ୍ରୟ ନେଇଥିବା ବେଳେ ଚଞ୍ଚକତା ପୂର୍ବକ କୋର୍ଟ ନାମରେ ଜମି ପଟା ଯୋଗାଇ ଦିଆଯାଇଛି । ଯାହାକି ପୂର୍ବରୁ ଏହି ଜମିଟି ଗ୍ରାମର ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାପରେ ପୁନର୍ବାର ବାଚାର କରି ମେ ୧ ତାରିଖ ସୁଧା ସମସ୍ୟାର ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସ୍ଥାନରେ ପୂର୍ବରୁ ଏକ ଶିକ୍ଷାନୁଷ୍ଠାନ ଗଢି ଉଠିଥିଲା । ଉଚ୍ଚ ନ୍ୟାୟାଳୟ ଆଦେଶକୁ ଅବମାନନା କରି ନ୍ୟାୟାଳୟ ବିଚାରପତିଙ୍କ ଦ୍ବାରା ଉଦଘାଟିତ ହେବାପରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ପରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚିଛି । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରିରହିଛି ।