ହସୁଥିବା ଝିଟିପିଟି

ଆଇଜଲ୍‌: ସାଧାରଣତଃ ଲୋକେ ଝିଟିପିଟିକୁ ଦେଖିଲେ ଡରନ୍ତି। ଧାର୍ମିକ ଚିନ୍ତନ ଅନୁସାରେ, ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡ଼ିଲେ ତାକୁ ଅଶୁଭ ମାନିଥାନ୍ତି। ହେଲେ ନିକଟରେ ଏପରି ଏକ ଝିଟିପିଟି ଦେଖିବାକୁ ମିଳିଛି, ଯିଏ ସବୁ ସମୟରେ ହସୁଛି। କିଛିଦିନ ପୂର୍ବେ ବୈଜ୍ଞାନିକମାନେ ଏହି ଝିଟିପିଟିକୁ ଭାରତରେ ଦେଖିଛନ୍ତି। ରିପୋର୍ଟ ମୁତାବକ, ମିଜୋରାମ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀ ତୁବିନଜେନ୍‌ର ମାକ୍ସ ପ୍ଲାନ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର ବାୟୋଲୋଜି ମିଜୋରାମରେ ଭାରତ- ମ୍ୟାନମାର ସୀମାରେ ଏହି ଝିଟିପିଟି ଦେଖିବାକୁ ମିଳିଛି । ଏହାକୁ ପାରାଚୁଟେ ଗେକୋ କୁହାଯାଉଛି। କାରଣ ଏହି ଝିଟିପିଟି ମାଙ୍କଡ଼ ପରି ଏ ଡାଳରୁ ସେ ଡାଳକୁ ଡିଅଁା ମାରୁଛି। ଅଧିକାଂଶ ମାଂସାଶୀ ଝିଟିପିଟି ଅଛନ୍ତି, ଯେଉଁମାନଙ୍କୁ ଗରମ ଜଳବାୟୁରେ ଦେଖିବାକୁ ମିଳେ। ଚଉଡ଼ା ଆଖି, ହସୁଥିବା ଝିଟିପିଟିକୁ ସେତେବେଳେ ଦେଖିବାକୁ ପାଇଥିଲେ, ଯେତେବେଳେ ବୈଜ୍ଞାନିକମାନେ ଭାରତରେ ଝିଟିପିଟିଙ୍କ ସଂଖ୍ୟା ସର୍ଭେ କରୁଥିଲେ। ଏହି ଝିଟିପିଟିର ନାମ ମିଜୋରାମ ରାଜ୍ୟର ନାମ ହିସାବରେ ‘ଗେକୋ ମିଜୋରାମେନସିସ୍‌’ ରଖାଯାଇଛି। ଏହା ପୂର୍ବରୁ ଏହି ପ୍ରଜାତିର ଝିଟିପିଟିକୁ ସାଉଥ ଏସିଆ, ମ୍ୟାନମାର, ଥାଇଲାଣ୍ଡ ଏବଂ କମ୍ବୋଡିଆରେ ଦେଖିବାକୁ ମିଳିଥିଲା। ହେଲେ ଭାରତରେ ଯେତେବେଳେ ବୈଜ୍ଞାନିକମାନେ ଏହି ଝିଟିପିଟିକୁ ଦେଖିଥିଲେ, ସେତେବେଳେ ସେ ୧୫୦-୩୬୦ ସେ.ମି. ଉଚ୍ଚରେ ଉଡୁଥିବା ଦେଖିବାକୁ ମିଳିଥିଲା। ଏହି ପ୍ରଜାତି ଦେଖିବାକୁ ଏହାର ଭଉଣୀ ପ୍ରଜାତି ‘ଗେକୋ ପୋପେନସିସ୍‌’ ଭଳି। ହେଲେ ଏହା ତା’ଠାରୁ ରଙ୍ଗ ଏବଂ ଆକାର ଦୃଷ୍ଟିରୁ ଭିନ୍ନ। ଦୁଇ ପ୍ରଜାତି ମଧ୍ୟରେ ୭ରୁ ୧୪ ପ୍ରତିଶତ ସାମଞ୍ଜସ୍ୟ ରହିଛି। ରିପୋର୍ଟ ମୁତାବକ, ଏହି ଝିଟିପିଟି ଉଡ଼ିଲାବେଳେ ନିଜକୁ ରକ୍ଷା କରିବାକୁ ଯାଇ ଏକ ଗନ୍ଧ ଛାଡ଼ିଥାଏ। ସା ସମୟରେ ଏହି ଝିଟିପିଟି ସବୁଠୁ ଅଧିକ ଶିକାର କରିଥାଏ।

Leave a Reply

Your email address will not be published. Required fields are marked *