ବଳରାମ ଯୋଜନାରେ ୨ଟି ଗୋଷ୍ଠୀକୁ ଋଣ ପ୍ରଦାନ।


ଭଣ୍ଡାରିପୋଖରୀ,୨୦/୭: ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ପବିତ୍ର ବାହୁଡା ଯାତ୍ରା ଅବସରରେ ବଳରାମ ଯୋଜନାରେ ଦୁଇ କୃଷକ ଗୋଷ୍ଠୀଙ୍କୁ ଖରିଫ ଚାଷ ପାଇଁ ମଙ୍ଗଳବାର ଋଣ ପ୍ରଦାନ କରାଯାଇଛି । ଭୂମିହୀନ ଓ ଭାଗଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ କୋଡିଏ ଜଣ କୃଷକଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇଛି । ବ୍ଲକ କୃଷି ବିଭାଗ ସୁପାରିଶରେ ଗୋଷ୍ଠୀଭୁକ୍ତ ପ୍ରତ୍ୟେକ କୃଷକଙ୍କୁ ପାଞ୍ଚହଜାର ଟଙ୍କା ଲେଖାଏଁ ଋଣ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ମଞ୍ଜୁର କରାଯାଇଛି । ନଗୁଆଁ ପ୍ରାଥମିକ କୃଷି ସମବାୟ ସମିତି ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତର ମା’ମଙ୍ଗଳା ଜେ.ଏଲ.ଜି. ଓ ବାବା ଶଙ୍କର ଜେ.ଏଲ.ଜି.କୁ ପ୍ରତ୍ୟେକ ଏକଲକ୍ଷ ଟଙ୍କା ଲେଖାଏଁ ଋଣ ବାହୁଡାରେ ପ୍ରଦାନ କରାଯାଇଛି । ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ, ବ୍ୟାଙ୍କ ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର, ସହ ପରିଚାଳକ ଧନୁର୍ଦ୍ଧର ସାହୁ, ବିଟିଏମ ମାନସ ରଞ୍ଜନ ମହାପାତ୍ର, ନଗୁଆଁ ସମିତି ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ଗ୍ରାମ୍ୟକୃଷି କର୍ମଚାରୀ, କୃଷକ ସାଥି ଋଣ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *