ପ୍ରଶାସନ କୁ ଚେତାବନୀ ଦେଲେ ସ୍ଥାନୀୟ ଅଞ୍ଚଳ ବାସି

– ଦୁଇ ଗୋଟି ବ୍ଲକ କୁ ସଂଯୋଗ କରୁଥିବା ଯାରୁଙ୍ଗ ଘାଟିକୁ ନେଇ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇଛି। ଏହିପରି ଘଟଣା ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ପାରିଗଡ ଗ୍ରାମ ପଞ୍ଚାୟତର ବୋରିକିଆ ଅଞ୍ଚଳରେ। ଦୀର୍ଘ ବର୍ଷ ପରେ ବି ସ୍ଥାନୀୟ ପ୍ରଶାସନ ଏହି ଅଞ୍ଚଳର ଗମନାଗମନ ର କୌଣସି ପ୍ରକାର ସୁବିଧା ଦେଇନଥିବାରୁ ସ୍ଥାନୀୟ ପ୍ରଶାସନ ଉପରେ ବର୍ଷିଲେ ଅଞ୍ଚଳବାସୀ। ନିଜର ମୌଳିକ ଅଧିକାର ପାଇବାପାଇଁ ଅନେକଥର ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧି ଙ୍କୁ ଲିଖିତ ଅବଗତ କରାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଲୋକପ୍ରତିନିଧି ଙ୍କ ଠାରୁ କୌଣସି ଉତ୍ତର ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସି। ଅଞ୍ଚଳବାସୀ ଙ୍କ କହିବା ଅନୁଯାୟୀ ଅଳ୍ପ ଦିନ ମଧ୍ୟରେ ଜାରୁଙ୍ଗ ଘାଟି ରାସ୍ତା ସମସ୍ୟା ର ସମାଧାନ ନ କଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ଉଚିତ୍ ଜବାବ ଦେବା ସହ ଅଞ୍ଚଳବାସୀ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।ଏହି ଅଞ୍ଚଳ ପ୍ରତି ପ୍ରସାସନ କେବେଦୃଷ୍ଟି ଦେଉଛି। ତାହା ଦେଖିବାକୁ ବାକି।ଅଞ୍ଚଳବାସୀ କଣ କହୁଛନ୍ତି।

Bhabani Shankar jena reporter

Leave a Reply

Your email address will not be published. Required fields are marked *