୧୩୦ ଲିଟର ରନ୍ଧା ମଦ ଜବତ

ଟିଟିଲାଗଡ଼ ଅବକାରୀ ବିଭାଗ ପକ୍ଷରୁ ୧୩୦ ଲିଟର ରନ୍ଧା ମଦ ସହ ଗୋଟିଏ ମଟର ସାଇକେଲ ଜବତ । ସୂଚନା ଅନୁଯାୟୀ ସଇଁତଲା ବ୍ଳକ୍ ଗୁଦୁରା ମୁଣ୍ଡା , ଝାରବନ୍ଧ , ବ୍ରାହ୍ମଣୀ ,କୁମ୍ଭାରୀ , ଆଦି ସ୍ଥାନରେ ବେ ଆଇନ୍ ଭାବେ ରନ୍ଧା ମଦ ପ୍ରସ୍ତୁତି ହେଉଥିବା ଖବର ପାଇ ଟିଟିଲାଗଡ଼ ଅବକାରୀ ବିଭାଗ ଅଧିକାରୀ ଶ୍ରୀ ଆଶିଷ ବେହେରା ଙ୍କ ସହ ସମସ୍ତ ଅବକାରୀ କର୍ମଚାରୀ ଉକ୍ତ ଯାଗାରେ ଚଢ଼ାଉ କରିଥିଲେ । ଏଥିରେ ନାରାୟଣ ଧାରୁଆ ବୟସ ( ୪୦ )ତାଙ୍କ ଠାରୁ ୮୦ ଲିଟର ରନ୍ଧା ମଦ ସହ ଗୋଟିଏ ମଟର ସାଇକେଲ ଏବଂ ରସିଲାଲ୍ ନାଗ ବୟସ( ୫୦) ତାଙ୍କ ଠାରୁ ୫୦ ଲିଟର ରନ୍ଧା ମଦ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ ।