ଦୀର୍ଘସ୍ଥାୟୀ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ରଘୁନାଥପୁର:-ରଘୁନାଥପୁର ବ୍ଲକ ସଭାକକ୍ଷରେ ସାଧାରଣଜନତାଙ୍କ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନିୟକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ପିଇଓ, ଏଡିଇଓ, ଜିଆରଏସ, ଅଙ୍ଗନୱାଡି କର୍ମୀ ଓ ଆଶା ଦିଦୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକକୃଷି ବିଭାଗ ପକ୍ଷରୁ ଏଏଓ,ଭିଏଡବ୍ଲୁ, ବିଟିଏମ, ଗୋଷ୍ଠିସ୍ଵାସ୍ଥ୍ୟକେନ୍ଦ୍ର ଏନଆରଏଚଏମ ବିପିଏମ, ଆଇସିଡିଏସ ସୁପରଭାଇଜର ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଏଲଆଇ ମାନେ ଉପସ୍ଥିତ ଥିଲେ।ଜିପିଓ ସ୍ମାରକ ମହାନ୍ତି ଓ ସିପି ସୁନିଲ ମହାପାତ୍ର ପ୍ରସିକ୍ଷିକ ଭାବେ ପଞ୍ଚାୟତର ଉନ୍ନତି ସୁଚ୍ଚକାନ୍ତ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ବିଭିନ୍ନ ପଞ୍ଚାୟତରେ ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ପଶୁପାଳନ, ଆଇସିଡିଏସ,ଗମନାଗମନ ଭଳି ବିଭିନ୍ନ ମୌଳିକ ସମସ୍ୟାର ଉନ୍ନତି ଓ ଦୀର୍ଘସ୍ଥାୟୀ ବିକାଶର ଲକ୍ଷ ରଖି କାର୍ଯ୍ୟ ସମ୍ପାଦନ କରିବା ପ୍ରସିକ୍ଷଣର ଉଦେଶ୍ୟ ଓ ଆଭିମୁଖ୍ୟ ବୋଲି ଜିପିଓ ମହାନ୍ତି ପ୍ରକାଶ କରିଥିଲେ।ଏଥିରେ ଯେଉଁ ପଞ୍ଚାୟତ ପ୍ରଥମ ସ୍ଥାନ ହାସଲ କରିବ ସେହି ପଞ୍ଚାୟତ ପାଇଁ ପ୍ରୋତ୍ସହନ ସ୍ୱରୂପ ସ୍ଵତନ୍ତ୍ର ଅନୁଦାନ ସରକାର ଯୋଗାଇଦେବେ ବୋଲି ଜିପିଓ ମହାନ୍ତି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *