ଋଣ ଆଦାୟକାରୀଙ୍କୁ ମାଡ଼ ମାରି 60 ହଜାର ଟଙ୍କା ଓ ବାଇକ ଲୁଟି ନେଲେ ଦୃର୍ବୁତ୍ତ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରୁ ଋଣ ଆଦାୟ କାରୀଙ୍କୁ ମାଡମାରି 60ହଜାର ଟଙ୍କା,ଏକ ମୋବାଇଲ ଏବଂ ଆପାଚି ମୋଟର ସାଇକଲ ସହ ଆଲୋକ ବଳିୟାରସିଂଙ୍କୁ (20) ବାଲିଗୁଡ଼ା ସ୍ଥିତ ଫ୍ୟୂଜନ ଫାଇନାନ୍ସର ଏକ ଦୈନନ୍ଦିନ ଲୋନ କିସ୍ତି ଆଦାୟ କରି ଫେରିବା ସମୟରେ ଆକ୍ରମଣ କରି ଲୁଟି ନେଲେ ଲୁଟେରା । ଚେତା ପାଇଲା ପରେ ତୁମୁଡି଼ବନ୍ଧ ଥାନା ଦ୍ଵାରସ୍ଥ ହୋଇ ଥିଲେ । ଥାନାରୁ ଖବର ପାଇ ସମ୍ପର୍କୀୟ ଙ୍କ ଦ୍ଵାରା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।
ଭବାନି ଶଙ୍କର ଜେନାଙ୍କ ରିପୋର୍ଟ