ପବିତ୍ର ଅଣସର ଉପଲକ୍ଷେ ପ୍ରଭୁ ଶ୍ରୀ ଶ୍ରୀ ଅଲାରନାଥ

ପବିତ୍ର ଅଣସର ଉପଲକ୍ଷେ ପ୍ରଭୁ ଶ୍ରୀ ଶ୍ରୀ ଅଲାରନାଥଙ୍କ ପୀଠରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଭଜନ ସମାରୋହର ଉଦଘାଟନ ଉତ୍ସବରେ ବ୍ରହ୍ମଗିରି ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇଛନ୍ତି ଅନୁଷ୍ଠିତ ଭାବେ ଉଦଘାଟନ କରିଛନ୍ତି।
ମହାପ୍ରଭୁଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ବ୍ରହ୍ମଗିରି ବାସୀଙ୍କ ମଙ୍ଗଳ ହେଉ, ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ଏହାହିଁ ପ୍ରାର୍ଥନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା।

ଏହି ଉଦଘାଟନ ଉତ୍ସବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଙ୍କୀର ମାନ୍ୟବର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ମାନ୍ୟବର ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ଉପାଧ୍ୟକ୍ଷା ମାଳିନୀ ଦଳାଇ, ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବରିଷ୍ଠ ନେତା ଭଗବାନ ନାୟକ, ସରପଞ୍ଚ ରାଧାରାଣୀ ବିଶ୍ୱାଳ, ଅମୁଲ୍ୟ ଜେନା, ସର୍ବେଶ୍ଵର ପଲାଇ ନାରୀ ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ, ପ୍ରତିମା ଜେନା ଏବଂ ଶହ ଶହ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ।