ମେଗା ପାନୀୟଜଳ ପ୍ରକଳ୍ପର ଚୋରି ହୋଇଥିବା ପାଇପ କବାଡିଆ ଦୋକାନରୁ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରୁ ଚୋରି ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପର ପାଇପ ଗୁଡିକ କାମାକ୍ଷାନଗରରୁ ଉଦ୍ଧାର। ଉଦ୍ଧାର ପାଇପର ମୁଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ। ସୁଚନା ମୁତାବକ ରାଜ୍ୟସରକାରଙ୍କର ମେଗା ପାନୀୟଜଳ ପ୍ରକଳ୍ପ ଦ୍ବାରା ଲୋକଙ୍କୁ ପାନୀୟଜଳ ଯୋଗେଇବା ପାଇଁ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ସେହି କ୍ରମରେ ମୋଟଙ୍ଗା ଥାନା ମାଳବିଡ ଗ୍ରାମରେ ପ୍ରକଳ୍ପର ପାଇପ ବିଛା କାର୍ଯପାଇଁ ରଖାଯାଇଥିବା ପାଇପ ଗୁଡିକ ଗତ ୧୧ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଏନେଇ ଠିକାଦାର ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ମୋଟଙ୍ଗା ପୋଲିସ ତଦନ୍ତ ଚଳାଇଥିଲା। କାମାକ୍ଷାନଗର ମେନରୋଡ ବଜାରରେ ଥିବା କାବାଡିଆ ଦୋକାନରେ ମାଳବିଡ ଗ୍ରାମରୁ ଚୋରି ହୋଇଇଥିବା ପାଇପ ଥିବା ବିଶେଷସୁତ୍ରରୁ ଖବର ପାଇଥିଲେ। ମୋଟଙ୍ଗା ପୋଲିସର ଏକ ଟିମ ଆସି କାବାଡିଆ ଦୋକାନ ଉପରେ ଚଢଉ କରିଥିଲେ ଏବଂ ଏଠି ୫୩ ପିସ ପାଇପ ଜବତ କରିଥିଲେ। କିନ୍ତୁ ଘଟଣାସ୍ଥଳରୁ କାବାଡିଆ ଦୋକାନର ମାଲିକ ଫେରାର ହୋଇଯାଇଥିଲା। ମୋଟଙ୍ଗା ପୋଲିସ ଜବତ ପାଇପ ଗୁଡିକ ଉଦ୍ଧାରକରି ନେଇଯାଇଥିବାବେଳେ ଏହି ପାଇପର ମୁଲ୍ୟ ଲକ୍ଷାଧିକ ଟଙ୍କାର ହେବବୋଲି ଅନୁମାନ କରାଯାଉଛି। ପୋଲିସର ତଦନ୍ତ ଯାରି ରହିଛି।

Leave a Reply

Your email address will not be published. Required fields are marked *