ହୋଟେଲରେ ରାତି କାଟୁଥିଲେ ପ୍ରେମୀଯୁଗଳ ; ହଠାତ୍ ଝୁଲିପଡିଲେ ପ୍ରେମିକ, ଖୋଜାଚାଲିଛି କାରଣ

ହୋଟେଲରେ ସାଙ୍ଗ ହୋଇ ରହିଥିଲେ ପ୍ରେମୀ ଯୁଗଳ । ହଠାତ୍ ରାତି ଅଧରେ ଆତ୍ମହତ୍ୟା କରିଦେଲେ ଯୁବକ । ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରୁ ଆସିଛି ଏମିତି ଆତ୍ମହତ୍ୟାର ଖବର l ଖବର ଅନୁଯାୟୀ, ଭଣ୍ଡାରିପୋଖରୀ ଥାନା ଅଧିନ ଜଳହରି ଗାଁର ଦେବରାଜ ସାମଲ ଜନୈକ ଯୁବତୀଙ୍କ ସହ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରେ ରହିଥିଲେ । ରାତିରେ କୌଣସି କାରଣକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ । ହୋଟେଲ ମାଲିକ ଘଟଣା ସଂପର୍କରେ ଖବର ପାଇ ଯୁବକଙ୍କୁ ଭଦ୍ରକ ମେଡିକାଲକୁ ଆଣିବା ସହ ଟାଉନ ପୋଲିସକୁ ଜଣାଇଥିଲେ । ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଯୁବତୀଙ୍କୁ ଟାଉନ ପୋଲିସ ଛାଡିଯାଇଛି । କିନ୍ତୁ ଯୁବକଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଯୁବତୀ ଜଣକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଟାଉନ ପୋଲିସ ଘଟଣାକୁ ନେଇ ତଦନ୍ତ କରିଥିବା ବେଳେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଘରର ଗୋଟିଏ ପୁଅ ହୋଇଥିବାରୁ ଘର ଏବେ ପୁତ୍ରଶୂନ୍ୟ ହୋଇଯାଇଛି ।
ରିପୋର୍ଟ – ପୁନୀଲ କୁମାର ସାମନ୍ତ
