ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ଲୁଲୁ ।

ଭଦ୍ରକ, ୨୨/୭ – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବିରୋଳି ଶାସନ ଗ୍ରାମର ମଧୁସୂଦନ ପଣ୍ଡାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଧାୟକ ତଥା ସାଂସଦ ପ୍ରତିନିଧି ପ୍ରୟାସକାନ୍ତି ସାମଲ । ଆଜି ସଂପୃକ୍ତ ପରିବାରକୁ ଯୁବ ସମାଜସେବୀ ଉତ୍କଳ କେଶରୀ ମହାନ୍ତି, ଗଜେନ୍ଦ୍ର ଦାସ, ବିଦ୍ୟାଧର ଜେନା, ପ୍ରଫୁଲ୍ଲ ନାୟକ ପ୍ରମୁଖଙ୍କ ସହ ସାକ୍ଷାତ କରିବା ସହ ଆଶ୍ୱାସନା ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସ୍ୱର୍ଗତ ପଣ୍ଡା ନିଜ ଗ୍ରାମ ରାସ୍ତା ଛକରେ ସଡକ ଦୁର୍ଘଟଣାରେ ଗତ ରବିବାର ପ୍ରାଣ ହରାଇଥିଲେ ।