ରାଜ୍ୟପାଳଙ୍କ ଦ୍ଵାରା ମା ଉଗ୍ରତାରା ମନ୍ଦିର ଉଦଘାଟିତ

ପୁରୀ ୨୩/୫ ଇଶ୍ଵର ଙ୍କ ନିକଟରେ ଆମେ ସବୁ ଶିଶୁ।ଇଶ୍ଵର ହିଁ ଆମ ଅଭିଭାବକ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ଆଜି ପୂର୍ବାହ୍ନରେ ପୁରୀ ସଦର ବ୍ଲକ ବରନ ନିକଟ ରାଇଗୋରଡ ଗ୍ରାମରେ ମା ଉଗ୍ରତାରା ଙ୍କ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଧ୍ୟାତ୍ମିକତା ଓ ସେବା ଆମ ଅନ୍ତର ମଧ୍ୟରେ ରହିଛି।ଆମର ଜାତି ମଣିଷ, ଆମର ଧର୍ମ ମାନବିକତା ଓ ଆମର ଶାସକ ସ୍ୱୟଂ ଜଗନ୍ନାଥ ବୋଲି କହିଥିଲେ।ଆଦି ଶକ୍ତି ଙ୍କ ସନ୍ତାନ ଭାବେ ଆମ ଦିବ୍ୟତ୍ୱ କୁ ଅନୁସରଣ କରୁଛୁ।ଆଦି ଶକ୍ତି ରକ୍ତବୀର୍ଯ୍ୟକୁ ସମାପ୍ତ କରିଥିଲେ।ସାମ୍ପ୍ରତିକ ସ୍ଥିତିରେ ସେ ଧରିଥିବା ପାତ୍ର ରେ ଆତଙ୍କବାଦୀ ଙ୍କ ରକ୍ତ ପାନ କରି ସେମାନଙ୍କୁ ଶେଷ କରିଦେବେ ବୋଲି କହିବା ସହ ରାଇଗୋରଡ ଗ୍ରାମରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ ପାଇଁ ୧୦ ଲକ୍ଷ ଟଙ୍କା ଓ ଉଦଘାଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସଂଗୀତ ପରିବେଷଣକାରୀ ଓ ଅନ୍ୟାନ୍ୟ ସହଯୋଗକାରୀ ଙ୍କୁ ଉପହାର ଦେବା ପାଇଁ ଗ୍ରାମ୍ୟ କମିଟି କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରାଜ୍ୟପାଳ ସୂଚନା ଦେଇଥିଲେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମନ୍ଦିର ପ୍ରତିଷ୍ଠା ଦ୍ଵାରା ସଦଭାବନା ଓ ଭାଇଚାରାର ଉଦ୍ରେକ ହେବା ସହ ସମାଜରେ ସଂସ୍କାର ବୃଦ୍ଧି ପାଇବ ବୋଲି କହିଥିଲେ।ଆଇଟିଡିସିର ଅଧ୍ୟକ୍ଷ ସମ୍ବିତ ପାତ୍ର ମା ଉଗ୍ରତାରା ଙ୍କ ମନ୍ଦିର ପ୍ରତିଷ୍ଠା ଆମ ଆଧ୍ୟାତ୍ମିକ ଭାବନାକୁ ଅଧିକ ଋଦ୍ଧିମନ୍ତ ଓ ସମୃଦ୍ଧ କରିବ ବୋଲି କହିଥିଲେ।ପ୍ରାରମ୍ଭରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶଙ୍କର ପରିଡା ସମସ୍ତଙ୍କୁ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ରାଜ କିଶୋର ସ୍ୱାଇଁ, କରୁଣାକର ସ୍ୱାଇଁ, ନୃସିଂହ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟପାଳ ଓ ଅନ୍ୟ ଅତିଥି ମାନେ ମନ୍ଦିର ପରିଦର୍ଶନ ଓ ଯଜ୍ଞ ସ୍ଥଳରେ ପୂଜାର୍ଚ୍ଚନା କରିଥିଲେ।ଏହି ଅବସରରେ ନିୟମ ଅନୁସାରେ ପୁରୀ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *