( କ୍ରମଶଃ… ର ଶେଷ ଭାଗ )

                       ମାଆ
         ( ଚଉତିଶା, ୱ/ବ ରୁ କ୍ଷ )
             ରାଗ – ଚିନ୍ତାଦେଶାକ୍ଷ

   🖊️କବିରତ୍ନ ନୂତନ କୁମାର ବେହେରା

ବସୁଧାର ସମ ମାଆ ହୁଅଇ ସାହା
         ବିକାଶର ଦିଗେ ନେଇ ଦେଖାଏ ରାହା,
ବିଶ୍ରାମ ନିଏ ନାହିଁ କରେ ଚାହେଁ ଯାହା,
   ବକ୍ଷରେ ମମତା ରଖି କରେ ସେ ଆହାଃ।୧।

ଶିଖାଏ ସର୍ବଦା ନ୍ୟାୟ ନୀତିର କଥା
               ଶିଖାଟିଏ ପରି ଜଳେ ଉଠାଇ ମଥା,
ଶାନ୍ତି ସନ୍ତୋଷ ଦେଇ ସେ ଦୂରାଏ ବ୍ୟଥା
          ଶକ୍ତିର ପ୍ରତୀକ ହୋଇ ରଖଇ ପ୍ରଥା।୨।

ଷଷ୍ଠୀ ଦେବୀ ସ୍ବରୂପେ ମା’ ଚିର ନମସ୍ୟା
                ଷଡ଼ଋତୁ ସଯତ୍ନେ ଘୁଞ୍ଚାଏ ସମସ୍ୟା,
ଷୋଳକଳା ପ୍ରାପ୍ତି ପାଇଁ କରେ ତପସ୍ୟା
    ଷୋଳଅଣା ଗୁଣେ ସେ ସଂପୂର୍ଣ୍ଣା ସଦୃଶ୍ୟା।୩।

ସପରିବାରର ହିତେ ତାର ସାଧନା
             ସଂସାର ମଙ୍ଗଳ ପାଇଁ କରେ ପ୍ରାର୍ଥନା,
ସନ୍ତାନ ହୁଏନା ସୁଯୋଗ୍ୟ ତାର ବିନା
     ସବୁରି କଲ୍ୟାଣେ କରେ ସେ ଆରାଧନା।୪।

ହାତ ଧରି ନେଇଥାଏ ସଳଖ ପଥେ
          ହିତକାରିଣୀ ହୋଇ ରହେ ତା’ ସାମର୍ଥେ,
ହତାଶ ହୁଏନା ଥାଏ ସେ ପରମାର୍ଥେ
         ହସି ହସାଏ ଦୁନିଆଁ ରହି ନିଃସ୍ଵାର୍ଥେ।୫।

କ୍ଷୀର ଦାନ କରି ବଞ୍ଚାଇ ରଖେ ପ୍ରାଣ
           କ୍ଷମା କରେ ମାଆ ଶିଶୁର ଦୋଷ ଗୁଣ,
କ୍ଷିତି ସମ ସର୍ବଂସହା ପାଳେ ଜୀବନ
      କ୍ଷୁବ୍ଧା ନ ହୋଇ ଆଶିଷ କରେ ପ୍ରଦାନ।୬।

            କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *