ଧୁମଧାମରେ ପାଳିତ ହୋଇଯାଇଛି ମା ହିଙ୍ଗୁଳାଙ୍କର ୬୨ତମ ବାର୍ଷିକ ଯଜ୍ଞ ଉତ୍ସବ

ଧୁମଧାମରେ ପାଳିତ ହୋଇଯାଇଛି ମା ହିଙ୍ଗୁଳାଙ୍କର ୬୨ତମ ବାର୍ଷିକ ଯଜ୍ଞ ଉତ୍ସବ
ମା ହିଙ୍ଗୁଳାଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି l ସୋମବାର ବିଳମ୍ବ ରାତି ଠୁଁ ବିଭିନ୍ନ ଆଡୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ଉତ୍ସବ କୁ ଶୃଙ୍ଖଳିତ କରିବାପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି । ବ୍ୟାସନଗର ସହର ର କହେଁଇପୁର ରେ ଅବସ୍ଥିତ ମା ହିଙ୍ଗୁଳା ଦେବୀ ଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି l ଏହି ଅବସରରେ ମନ୍ଦିର ପରିସରରେ ଭଜନ କିର୍ତ୍ତନ ସାଙ୍ଗକୁ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ । ପୂଜା ଏବଂ ଯଜ୍ଞ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପୂଜକ ଓ ପୁରୋହିତ l ମା ହିଙ୍ଗୁଳା ଦର୍ଶନ ସାଙ୍ଗକୁ ଭୋଗ ଲଗାଇଛନ୍ତି l ଏଠିକାର ମା ହିଙ୍ଗୁଳା ବେଶ୍ ପ୍ରତ୍ୟେକ୍ଷ ବୋଲି ଲୋକଙ୍କର ବିଶ୍ବାସ ରହିଛି l ସେଥିଲାଗି ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥିବାର ଲକ୍ଷ୍ୟ କରାଯାଇଛି l ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତିଶୃଙ୍ଖଳାରେ ମା ଙ୍କୁ ଦର୍ଶନ କରିବେ ସେଥିଲାଗି କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live