ଦୁର୍ଗା ବାଡ଼ିରେ ଧୁମ୍ ଧାମରେ ପାଳିତ ହେଲା ଜଗଦ୍ଧାତ୍ରୀ ପୂଜା : ଦୁର୍ଗାଙ୍କ ଅନ୍ୟ ରୂପ ଜଗତଦ୍ଧାତ୍ରୀ

ପୁରୀ()ପୁରୀ ଦୁର୍ଗାବାଡି ପରିସରରେ ଧୁମ୍ ଧାମ ରେ ପାଳିତ ହୋଇଛି ଜଗଦ୍ଧାତ୍ରୀ ପୂଜା।ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ସମୁଦ୍ର କୁଳସ୍ଥିତ ଦୂର୍ଗବାଡି ସମିତି ଆନୁକୁଲ୍ୟରେ ଜଗଦ୍ଧାତ୍ରୀ ପୂଜା ଯାକ ଜମକରେ ସମ୍ପୂର୍ଣ ପାରମ୍ପରିକ ରୀତି ନୀତିରେ ପାଳନ କରାଯାଇଛି।ଏ ବର୍ଷ ଏହି ପୂଜା ୯୬ ବର୍ଷରେ ପାଦ ଥାପିଥିବା ବେଳେ ପୁରୀ ସହରେ ଏହା ସର୍ବପୁରାତନ ଓ ଏକମାତ୍ର ପୂଜା ବୋଲି ଅନୁଷ୍ଠାନ ସାଧାରଣ ସମ୍ପାଦକ ସୁଦିପ କୁମାର ଚାଟାର୍ଜୀ କହିଛନ୍ତି।ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥିରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା କରି ସମ୍ପୂର୍ଣ ବଙ୍ଗୀୟ ରୀତି ନୀତିରେ ଏହି ପୂଜା ଅନୁଷ୍ଠିତ ହେଉ ଥିବା ବେଳେ ପୁରୀ ସହରକୁ ଆସୁଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ପାଇଁ ଏହି ପୂଜା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥାଏ ବୋଲି ଅନୁଷ୍ଠାନର ମିଡ଼ିଆ ସଂଯୋଜକ ସିଦ୍ଧାର୍ଥ ରାୟ କହିଛନ୍ତି। ସୂଚନା ଯୋଗ୍ୟ ଯେ ମା ଦୁର୍ଗାଙ୍କ ଅନ୍ୟ ଏକ ରୂପ ହେଉଛି ମା ଜଗଦ୍ଧାତ୍ରୀ । ଶାରଦୀୟ ଦୁର୍ଗାପୂଜାରେ ମା ଦଶ ଭୁଜା ରୂପେ ମହିଶାସୁରକୁ ବଦ୍ଧ କରୁଥିବାବେଳେ ଜଗଦ୍ଧାତ୍ରୀ ପୂଜାରେ ମା ସିଂହରୁଢ଼ ହୋଇ ଚତୁର୍ଭୁଜା ରୂପେ ଶାନ୍ତ ମୁଖମଣ୍ଡଳ ନେଇ ଜଗତ ମଙ୍ଗଳ କାରେଣୀ ରୂପେ ପୂଜା ପାଆନ୍ତି।
