ଯାତାୟତ ରେ ବାଧକ ସାଜିଛି ମାଦେ ପାଙ୍ଗା ନାଳ, କାଠ ଉପରେ ବିପଦ ପୂର୍ଣ୍ଣ ଯାତାୟତ କରୁଛନ୍ତି ଦୁଇଟି ୱାର୍ଡ ବାସୀ l

କନ୍ଧମାଳ ୨୮/୬ /୨୦୨୫ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତ ର ଦୁଇ ଟି ୱାର୍ଡ ର ୧୫୦ ଘରରୁ ଅଧିକ ଲୋକଙ୍କ ପାଇଁ ବର୍ତମାନ ଯାତାୟତ ରେ ବାଧକ ସାଜିଛି ମାଦେପଙ୍ଗା ନାଳ l ପୂର୍ବରୁ ବର୍ଷା ଦିନ ଆସିଲେ ଏମାନଙ୍କ ପାଇଁ କାଠ ପୋଲ ଭରସା ହେଉଥିବା ବେଳେ ପୋଲ ଭାସିଗଲେ ଏମାନଙ୍କ ପାଇଁ ଯୋଗାଯୋଗ ବିଛିର୍ନ୍ନ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡିଥିଲା କିନ୍ତୁ ବାରମ୍ବାର ଦାବୀ ପରେ ବାଦେ ଦ୍ରାଗା ନାଳ ତଳକୁ ଏକ ପୋଲ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁରୀ ହୋଇ କାର୍ଯ୍ୟ ଚାଲିଥିବା ବେଳେ ଏବେ ଆଉ ଗୋଟିଏ ନାଳ ମାଦେପାଙ୍ଗା ନାଳ ଯାତାୟତ ପାଇଁ ବାଧକ ସାଜିଛି l ଏହି ନାଳ ପାଙ୍ଗା ପଞ୍ଚାୟତ ଠାରୁ କାଲିକୁଟି ଦେଇ ଯାଇଥିବା ରାସ୍ତା ମଝିରେ ପଡୁଛି ଏହି ନାଳ ରେ ପ୍ରତିବର୍ଷ ଲୋକେ କାଠ ପୋଲ କରି କିମ୍ବା କାଠକୁ ଗଛ ସହ ଯୋଡି ବିପଦ ପୂର୍ଣ୍ଣ ଭାବରେ ଯାତାୟତ କରନ୍ତି l ପ୍ରତିବର୍ଷ ବର୍ଷାରେ ଧୋଇ ହୋଇ ଯାଏ ପୁଣି ନିଜ ଖର୍ଚ୍ଚରେ କାଠ ଆଣି ପୋଲ ନିର୍ମାଣ କରି ବିଦ୍ୟାଳୟ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏମିତି କି ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡିଥାଏ l ବର୍ତମାନ କିଛି ଦିନ ହେବ ବର୍ଷା ଲାଗିରହିଥିବାରୁ ମାଦାପଙ୍ଗା ନାଳରେ ପ୍ରବଳ ବର୍ଷା ପାଣି ଯାଉଥିବାରୁ ଲୋକେ ବିପଦ ପୂର୍ଣ୍ଣ ଭାବରେ ୨ ଟି ୱାର୍ଡ ୮ ଏବଂ ୯ ନମ୍ବର ୱାର୍ଡ ବାସୀ ମାର୍କାଲି, ସିକେରି, ଡେଡ଼ି ସରୁ, ମାଦାପଙ୍ଗା, ଭୁଟୁ କୂପଡା, ଶ୍ରାହାପେଲି ପଙ୍ଗା, କୁଟି ପାଡା, ଭଳି ୮ ରୁ ଦଶ ଟି ଗାଁ ର ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି l ତୁରନ୍ତ ଏହି ମାଦେପାଙ୍ଗା ନାଳ ରେ ଯାତାୟତ ସୁବିଧା ପାଇଁ ପୋଲ ନିର୍ମାଣ କରିବାକୁ ସନ୍ତୋଷ କହଁର, ତ୍ରିଲୋଚନ କହଁର, ବିଭୀଷଣ କହଁର, ପ୍ରଶାନ୍ତ କହଁର, ସତ୍ୟ ବଗର୍ତି ଙ୍କ ସହ ସମୂହ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *