ସାମାଜିକ ସୁରକ୍ଷା ଯୋଜନା ରେ ୧୧୦୭୧ ସାମିଲ

ପୁରୀ : ପୁରୀ ଜିଲ୍ଲା ରେ ସାମାଜିକ ସୁରକ୍ଷା ଯୋଜନା ରେ ଅତିରିକ୍ତ ଭାବେ ୧୧୦୭୧ ଜଣ ଙ୍କୁ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ଘୋଷଣା ଓ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ଭତ୍ତା ମଞ୍ଜୁର କରିଛନ୍ତି।ରାଜ୍ୟ ସରକାର ଚଳିତ ମାସ ୭ ତାରିଖରେ ଅତିରିକ୍ତ ଭାବେ ମଧୁବାବୁ ପେନସନ ଯୋଜନା ରେ ପୁରୀ ଜିଲ୍ଲା ପାଇଁ ୨୦୩୮୮ ଧାର୍ଯ୍ୟ ଲକ୍ଷ୍ୟ ପ୍ରଦାନ କରିଥିବା ବେଳେ ଉପଜିଲ୍ଲାପାଳ ଅନଲାଇନ ମାଧ୍ୟମରେ ୮ ତାରିଖ ସୁଦ୍ଧା ୧୧୦୭୧ ହିତାଧିକାରୀ ଙ୍କ ଆବେଦନ କୁ ମଞ୍ଜୁର କରିଥିଲେ। ଏହି ସମସ୍ତ ନୂତନ ହିତାଧିକାରୀ ମାନଙ୍କୁ ଚଳିତ ମାସ ୧୫ ତାରିଖ ଠାରୁ ଭତ୍ତା ପ୍ରଦାନ କରାଯିବ।ଏଥିରେ ରେ ୯୧୯ ଜଣ ଙ୍କୁ ଭିନ୍ନକ୍ଷମ,୪୧ ଜଣ ଙ୍କୁ ବିବାହ ବିଛେଦ,୯୫୨୧ ଜଣ ଙ୍କୁ ବାର୍ଦ୍ଧକ୍ୟ,୧୮ ଜଣ ଙ୍କୁ ଅବିବାହିତ ଭତ୍ତା ଓ ୫୭୨ ଜଣ ଙ୍କୁ ବିଧବା ଭତ୍ତା ମଞ୍ଜୁର କରାଯାଇଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ସୂଚନା ଦେଇଛନ୍ତି।