ଜଟଣୀ ବାର୍ ଆସୋସିଏସନରେ ପାଳିଲେ ମଧୁବାବୁ ଜୟନ୍ତୀ।
![](https://teerthkhetra.com/wp-content/uploads/2023/04/IMG-20230430-WA0000-1024x461.jpg)
ଜଟଣୀ ବାର୍ ଆସୋସିଏସନ୍, ଜଟଣୀ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଦିବସ ପାଳନ କରିଥିଲେ। ଏହି ଉତ୍ସବର ମୁଖ୍ୟ ଭାଷାକୁ ସଂଯୋଗ କରି ମଧୁବାବୁ ଙ୍କ ଜୀବନ ଦର୍ଶନକୁ ନେଇ ଆଲୋଚନା କରାଯାଇଥିଲା। ଆଲୋଚନା ର ମୁଖ୍ୟ ପ୍ରସଙ୍ଗ ଥିଲା, ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡିଆ ଜାତିର ମହୁଡମଣି, ସ୍ୱାଭିମାନି, ପ୍ରାଣ ପ୍ରତିଷ୍ଠାତା, ପ୍ରତି ଓଡିଆ ପୁଅର ଆଦର୍ଶ, କଳିଙ୍ଗର ସୁଯୋଗ୍ୟ ସନ୍ତାନ, ଭାରତ ରତ୍ନ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କର ପୁଣ୍ୟ ଜନ୍ମ ତିଥିକୁ ମହା ଧୂମଧାମରେ ପାଳନ କରାଯାଇଛି, ଜଟଣୀ ବାର୍ ଆସୋସିଏସନ୍ ଆଇନଜୀବୀ ଏବଂ ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା। ଏହି ମହାନ୍ ଆତ୍ମଙ୍କ ଜନ୍ମ ତିଥିରେ ଯୋଗ ଦେଇଥିଲେ ସମ୍ମାନନୀୟ ଅତିଥି ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଲୋକାୟୁତ ବିଚାରପତି, ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ରଥ, ଅବସରପ୍ରାପ୍ତ ବିଚାରପତି, ଶ୍ରୀମତୀ ଇତିଶ୍ରୀ ବେହେରା, ବର୍ତ୍ତମାନର ବିଚାରପତି ଜଟଣୀ ବାର୍ ଆସୋସିଏସନ୍ ଏବଂ ସ୍ବନାମଧନ୍ଯ ଲେଖକ ତଥା ବୁଦ୍ଧିଯିବି ଶ୍ରୀଯୁକ୍ତ ସତ୍ୟବାଦୀ ବଳିଆରସିଂ ମହୋଦୟ ମାନଙ୍କୁ ନେଇ ସଭା କାର୍ଯକ୍ରମ ଅତି ଉଚ୍ଚ କୋଟିର ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇନଜୀବୀ ଶ୍ରୀ ନିରଞ୍ଜନ ପଣ୍ଡା ଏବଂ ଆଇନଜୀବୀ ଶ୍ରୀମତୀ ରୋଜିନା ରାଣୀ ଦାସ। ଆଇନଜୀବୀ ତଥା ସାଧାରଣ ସଂପାଦକ ଶ୍ରୀ ବିଜୟ କୁମାର ମହାପାତ୍ର ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ସମ୍ପୁର୍ଣ୍ଣ ସହୋଯୋଗ କରିଥିଲେ, ଆଇନଜୀବୀ ମାନେ ହେଲେ ଶ୍ରୀ ଅକ୍ଷାଂଶୁ ଶେଖର ନାୟକ, ଶ୍ରୀ ଆଲୋକ ମହାନ୍ତି, ଶ୍ରୀ ବାଉରି ବନ୍ଧୁ ସାହୁ, ଶୁଭ୍ରାଂଶୁ ଶେଖର ଜେନା, ଶ୍ରୀ ସାଲୁଜ ମିଶ୍ର, ମିହିର କାନ୍ତ, ବିକ୍ରମ ପଟ୍ଟନାୟକ, ସଂଜୟ ମହାପାତ୍ର, ଉମେଶ ମିଶ୍ର, ଏତଦ୍ ବ୍ୟତୀତ ଜଟଣୀ ବାର୍ ଆସୋସିଏସନର ଅନ୍ୟାନ୍ୟ ଆଇନଜୀବୀ ମାନେ ସମ୍ପୁର୍ଣ୍ଣ ସହୋଯୋଗ କରିଥିଲେ। ସମସ୍ତଙ୍କ ସହଯୋଗରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଯୟଗାନରେ କୋର୍ଟ ପରିସର ଉଛୁଳି ଉଠୁଥିଲା।