ଏସ୍.ସି.ଏସ୍ କଲେଜରେ ଏନ୍.ସି.ସି ପକ୍ଷରୁ ପତ୍ରିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା

ପୁରୀ :୨୫/୦୯:- ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି)ର ପ୍ରାଚୀର ପତ୍ର “ଥିଙ୍କ୍ ଇଙ୍କ” ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧକ୍ଷ ପ୍ରଫେସର ଡକ୍ଟର ଅଶୋକ କୁମାର ଦାସଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। ଏଥି ସହିତ ବିଗତ ଦିନ ମାନଙ୍କରେ ଏହି ମହାବିଦ୍ୟାଳୟର ଏନ୍.ସି.ସି ଛାତ୍ରଛାତ୍ରୀଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବଳିତ ଅନ୍ୟ ଏକ ପ୍ରାଚୀର ପତ୍ର ମୁଖ୍ୟ ଅତିଥି ପ୍ରଫେସର ଦାସଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମ କ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ ସୁଜାତା ମିଶ୍ର ସଭାପତିତ୍ଵ କରିଥିଲେ। ଏହି ପ୍ରାଚୀର ପତ୍ର ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ଓ ଦିଗ୍ ଦର୍ଶନ ଦେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ଅତିଥି ମାନେ ମତ ଦେଇଥିଲେ। ଏହି ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଏହି କାର୍ଯ୍ୟକ୍ରମଟିକୁ ଦକ୍ଷତାପୂର୍ଣ୍ଣ ସୁପରିଚାଳନା କରି ବିଗତ ଦିନ ମାନଙ୍କରେ ଏନ୍.ସି.ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଭାରତ ସରକାରଙ୍କର ନିର୍ଦେଶରେ ଏନ୍.ସି.ସି ମହା ନିର୍ଦ୍ଦେଶାଳୟ ନୂଆଦିଲ୍ଲୀ “ଏନ୍.ସି.ସି ଯୋଗଦାନ” କାର୍ଯ୍ୟକ୍ରମେ ଅନ୍ତର୍ଗତ କୋଭିଡ଼ ସମୟରେ ଏନ୍.ସି.ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କୋଭିଡ ସହାୟତା କେନ୍ଦ୍ର ଦ୍ଵାରା କରା ଯାଇ ବିଭିନ୍ନ କୋଭିଡ ସଂକ୍ରମିତଙ୍କୁ ସାହାଯ୍ୟ କରା ଯାଇଥିବା ବିଷୟରେ ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଥିଲେ । କ୍ୟାଡ଼େଟ୍ ମାନଙ୍କର ଏହି କୋଭିଡ଼ ସେବା ଅଭିବକ୍ତ ପୁରୀ ଜିଲ୍ଲାର ପ୍ରଥମ ଓ ଏକମାତ୍ର କଲେଜ ହୋଇ ଜିଲାର ଅନେକ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିଥିବା ବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ମିଶ୍ର ଅତିଥିଙ୍କୁ ଅବଗତ କରାଇଥିଲେ। କ୍ୟାଡ଼େଟ୍ ମାନଙ୍କର କୋଭିଡ ସମୟରେ ଏହି ସମାଜ ସେବା କାର୍ଯ୍ୟ କୁ ପ୍ରଫେସର ଦାସ ଉଚ୍ଚ ପ୍ରସଂଶା କରିଥିଲେ। ଏହି ଅବସରରେ ଏନ୍.ସି.ସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଦିଲ୍ଲୀ ଦ୍ଵାରା ପରିଚାଳିତ ସର୍ବ ଭାରତୀୟ ଏନ୍.ସି.ସି.ର “ସି” ସାର୍ଟିଫିକେଟ ପରୀକ୍ଷାରେ ଚଳିତ ବର୍ଷ ୫୦୩ ମାର୍କ ରଖିବା ସହ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ମହାବିଦ୍ୟାଳୟର ଏନ୍.ସି.ସି କ୍ୟାଡେଟ ସିନିୟର ଅଣ୍ଡର ଅଫିସର ରୋଜି ମହାପାତ୍ରଙ୍କୁ ଅତିଥି ପ୍ରସଂସା କରିବା ସହ ଟ୍ରଫି ଆର୍ଥିକ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ଅଧ୍ୟକ୍ଷା ଡାଃ ମିଶ୍ର କ୍ୟାଡ଼େଟ୍ ରୋଜିର ଏହିପରି ସଫଳତା ପାଇଁ ମହାବିଦ୍ୟାଳୟ ଗର୍ବିତ ହେବା ସହ ଆଗାମି ଦିନରେ ଏହାକୁ ବଜାୟ ରଖିବାକୁ ଉପସ୍ଥିତି ଅନ୍ୟ କ୍ୟାଡ଼େଟ୍ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଏନ୍.ସି.ସି କ୍ୟାଡେଟ ସମେତ ଅନେକ ଛାତ୍ରଛାତ୍ରୀ ଓ ଶିକ୍ଷା ଅନୁଷ୍ଠାନର ଅନେକ ଶିକ୍ଷକ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *