ମାଘ ସପ୍ତମୀ ଉପଲକ୍ଷେ ମିଳନ ପର୍ବ
![](https://teerthkhetra.com/wp-content/uploads/2023/01/IMG-20230131-WA0007-1024x769.jpg)
ନୟାଗଡ – ପବିତ୍ର ମାଘ ସପ୍ତମୀ ଉପଲକ୍ଷେ, ଶ୍ରୀ ବିହାର, ନୟାଗଡ଼ ବାସିନ୍ଦା ଖୁବ୍ ଧୁମ୍ ଧାମ ର ସହିତ କଲୋନୀ ବାସିନ୍ଦା ମାନଙ୍କ ମଧ୍ୟରେ ମିଳନ ପର୍ବ ପାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଡାକ୍ତର ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ, ନୟାଗଡ଼ ଏବଂ ଅଧ୍ୟକ୍ଷା ନଗର ପାଳ, ଦସ, ଏଗାର ଓ ବାର ନମ୍ବର ୱାର୍ଡ ର କାଉନସିଲର ମାନେ ଯୋଗ ଦେଇ ଥିଲେ। କଲୋନୀ ସହରାଞ୍ଚଳ ରେ ଥାଇ ମଧ୍ୟ ଗ୍ରାମୀଣ ପରମ୍ପରା ଓ ଭାଇଚାରା କୁ ଅକ୍ଷୁର୍ଣ୍ଣ ରଖିଥିବାରୁ ବିଧାୟକ ପ୍ରଶଂସା କରିଥିଲେ। ଅନେକ ଅବ୍ୟବସ୍ଥା ରେ ଥାଇ ମଧ୍ୟ ନିଜ ନିଜର ଇଚ୍ଛା ଶକ୍ତି ବଳରେ ଆମେ କିପରି ଏକ ସୁସ୍ଥ ବାତାବରଣ ରେ ରହି ପାରିବା ଏଥି ନିମନ୍ତେ କଲୋନୀ ବାସିନ୍ଦାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। କଲୋନୀ ରେ ସମସ୍ତେ ଉଚ୍ଚ ଶିକ୍ଷିତ ଏବଂ ସାଧାରଣ ଜୀବନ ଯାପନ ଅନ୍ୟ ୱାର୍ଡ ମାନଙ୍କ ପାଇଁ ଏକ ଉଦାହରଣ ବୋଲି ବ୍ଲକ ଅଧକ୍ଷ କିଶୋର ସାହୁ କହିଥିଲେ। ଆସନ୍ତା କାଲି କଲୋନୀ ରେ ଆଲୋକି କରଣ କରିବାକୁ ମୁନିଶିପାଲିଟୀ ଅଧ୍ୟକ୍ଷା ପ୍ରତିଶୁତି ଦେଇଥିଲେ। ପି ଡବ୍ଲୁ ଡି ଦ୍ଵାରା ରାସ୍ତା କାର୍ଯ୍ୟ ଯଥାଶୀଘ୍ର ନିର୍ମାଣ କରାଯିବ ବୋଲି ବିଧାୟକ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ସହିତ ନିୟମିତ ସମ୍ପର୍କ ରେ ଥିବାର ଦର୍ଶାଇଥିଲେ। ଶେଷରେ କଲୋନୀ ସଭାପତି ଲକ୍ଷ୍ମୀଧର ବାବୁ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଏହି ପର୍ବ ର ପ୍ରଚ୍ଛଦ ପଟ ରେ ରଶ୍ମି ଭାଇନା, ପାଣିଗ୍ରାହୀ ବାବୁ, ମିଶ୍ର ବାବୁ, ବିଜୁ ବାବୁଙ୍କ ଏବଂ ସମସ୍ତ ବାସିନ୍ଦା ମାନଙ୍କୁ ଆଡଭାଇଜର ସୌଦାମିନୀ ଅପା ଖୁବ୍ ପ୍ରଶଂସା କରିଥିଲେ। ସମସ୍ତେ ଏକ ଉଚ୍ଚ କୋଟୀର ଭୋଜିରେ ଆପ୍ୟାୟିତ ହୋଇଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ।