ମହାମାୟୀ ଙ୍କ ନୂତନ ମନ୍ଦିର ନିର୍ମାଣର୍ଥେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମକରାପଲି ଗ୍ରାମରେ ଆଜି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରା ମହାମାୟାଙ୍କ ଦ୍ୱାରା ନୂତନ ମନ୍ଦିର ନିର୍ମାଣର୍ଥେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ବତନ୍ତ୍ର ପାଣ୍ଠିରୁ ୭ଲକ୍ଷ ଟଙ୍କା ବିନିମୟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,୧୭ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଦିଲ୍ଲିପ ଦଳବେହେରା ସ୍ଥାନୀୟ ଶରପଞ୍ଚ ଶାରସ ଧର ଶାହୁ ସମିତିସଭ୍ୟା ଶୁଷମା ଦଳବେହେରା ଙ୍କ ସହିତ ପଡେ଼ାଶୀ ଗ୍ରାମପଞ୍ଚାୟତ ଗୁଡିକରୁ ବହୁ ଶରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହିବା ସହ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ ତଦ ସହିତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମହିଳା ଓ ଗୁରୁଜନ ମାନେ କଳସ ଶୋଭା ଜାତ୍ରା ରେ ବାହାରି ନଗର ଭ୍ରମଣ କରିଥିଲେ। ଏବଂ ଜନ ସାଧାରଣ ଙ୍କ ମନରେ ନାହିଁ ନଥିବା ର ଆନନ୍ଦ ଦେଖିବାକୁ ମିଳିଛି ଓ ବିଧାୟକ ଙ୍କୁ ସାଧୁ ବାଦ ଜଣାଇଛନ୍ତି।
ରିପୋର୍ଟ-ମାନସ ରଞ୍ଜନ ତ୍ରିପାଠୀ ତୀର୍ଥକ୍ଷେତ୍ର ନୟାଗଡ଼ ଜିଲ୍ଲା ନୂଆଗାଁ।
