ସୋରଡ଼ା ଆଡ଼ପ ମଣ୍ଡପ ରେ ବିଜେ ମହାମାୟୀ ମା ମହାଲକ୍ଷ୍ମୀ
ଗଞ୍ଜାମ ଜିଲ୍ଲା ସୋରଡ଼ା ଆଡ଼ପମଣ୍ଡପ ସାହି ଯୁବକଙ୍କ ପକ୍ଷରୁ ଅର୍ଣ୍ଣ ଦାତ୍ରୀ ମହାମୟୀ ମା ମହାଲକ୍ଷ୍ମୀଙ୍କ ପୂଜ୍ୟପୂଜା ତଥା ମାସିକ ଯାତ୍ରା ଅନୁଷ୍ଠିତ ହେଉଛି।ଏଇଥିପାଇଁ ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଅର୍ଥାତ ମାର୍ଗଶିର ମାସର ପ୍ରଥମ ଦିନ ମା ଙ୍କ ଆଗମନରେ ଏହି ପୂଜା 16 ନଭେମ୍ବର ଠାରୁ 15 ଡ଼ିସେମ୍ବର 2024 ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ମା ଙ୍କ ପୂଜା ଅନୁଷ୍ଠିତ ହେବ l ଏହି ଅଞ୍ଚଳର ତଥା ଗଞ୍ଜାମ ଓ କନ୍ଧମାଳ,ଗଜପତି ଜିଲ୍ଲାର ସମ୍ମେଳନ ସ୍ଥଳ ସୋରଡ଼ାରେ ଅବସ୍ଥାପିତ ମାଙ୍କ ଯାତ୍ରା ଚଳିତ ବର୍ଷ ପ୍ରଥମ କରି ନୂତନ ଢଙ୍ଗରେ ପାଳିବା ପାଇଁ ମନେକରି ପ୍ରସ୍ତୁତି ଚଳାଇଛନ୍ତି l
ଆଡ଼ପ ମଣ୍ଡପ ଯୁବକ ସଂଘ ପୂର୍ବ ନିର୍ଧାରିତ ରୀତିନୀତି ମୁତାବକ ଆଜି ବ୍ରାହ୍ମଣ ବରଣ,ଜଳଯାତ୍ରା ନଗର ପରିକ୍ରମା ସହିତ ସୂର୍ଯ୍ୟପୁଜା ଓ ସାଲା ସଂସ୍କାର ଓ ମଣ୍ଡପ ପୂଜାର୍ଚ୍ଚନା ଅଞ୍ଚଳର ସ୍ରୋତୀୟ ପଣ୍ଡିତ ମାନଙ୍କ ଦ୍ଵାରା ଚାଲୁଥିବା ବେଳେ ଚଳିତ ବର୍ଷ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମଞ୍ଚ ମେଢ଼ ସାଙ୍ଗକୁ ତୋରଣ ଅଲୋକ ମାଳାରେ ସମ୍ପୂର୍ଣ୍ଣ ପେଣ୍ଡାଲକୁ ସଜାଯିବା ସହିତ ପ୍ରତ୍ୟହ ଅର୍ଣ୍ଣ ଭୋଗ ସହିତ ମାଙ୍କ ପ୍ରିୟ ବାର ଭାବେ ପରିଚିତ ପ୍ରତି ଗୁରୁବାରଦିନ ବିଶେଷ ଶୋଡ଼ଶ ପୂଜାର୍ଚ୍ଚନା ସହିତ ପଡ଼ିଅର୍ଣ୍ଣ ବ୍ୟବସ୍ଥା କରାଯାଇଥିବା ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଛି।ପ୍ରତିବର୍ଷ ଏହି ପର୍ବ ପାଳନ ପାଇଁ ଲକ୍ଷ ରଖିଥିବା ବେଳେ ଚଳିତ ବର୍ଷ ଏହାକୁ ବେଶ୍ ଧୁମଧାମରେ ପାଳନ କରାଯିବ।ଏହିଭଳି ମହତ ଧର୍ମୀୟ ଚିନ୍ତାଧାରାକୁ ବୁଦ୍ଧିଜୀବୀ ଓ ଜ୍ଞାନୀ ଗୁଣିସମାଜ ସାଧୁବାଦ ଜଣାଇଛନ୍ତି ।ଏବଂ ଚଳିତ ବର୍ଷ ନୂଆ କରି କୋଟି ବ୍ରହ୍ମାଣ୍ଡରାଣୀ ପଡ଼ି ଦାତ୍ରୀ ମହାମାୟୀ ମା ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆଖ ପାଖ ଅଞ୍ଚଳର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହବ ବୋଲି ଆଡ଼ପ ମଣ୍ଡପ ଯୁବକ ସଂଘ ଆଶାବାଦୀ ଅଛନ୍ତି।