ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା

ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ଗତ ଗୁରୁବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଜନ ଶୁଣାଣି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜଟଣୀ ପଞ୍ଚାୟତ ସମିତି ମଣ୍ଡଳ ଉନୟନ ଅଧିକାରୀଙ୍କ ତତ୍ୱବଧାନ ରେ ବୈଠକ ଆୟୋଜନ କରାଯାଇଥିଲା। ଶ୍ରୀ ରାଉତ ନିଜର ବକ୍ତବ୍ଯ ରେ କହିଥିଲେ, ବୈଠକର ମୂଳ ପ୍ରସଙ୍ଗ ହେଉଛି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏହାର ଲକ୍ଷ୍ୟ କଣ, ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଜୟନାରାୟଣ ନନ୍ଦ ଅମ୍ବୁତ୍ୱମାନ, ଖୋର୍ଦ୍ଧା, ଜ୍ୟୋଶ୍ନାମୟୀ ରାଉତ ପ୍ରବୃତ୍ତି। ଏମାନଙ୍କ ବ୍ୟତିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସଂଯୋଜକ, ଜିଲ୍ଲା ପରିଷଦ ଖୋର୍ଦ୍ଧା, ପ୍ରଦୋଷ କୁମାର ମହାରଣା, ଜିଲ୍ଲା ସାମାଜିକ ସମୀକ୍ଷକ, ଶ୍ରୀ ସରୋଜ କୁମାର ରାଉତ, ମଣ୍ଡଳ ଉନ୍ନୟନ ଅଧିକାରୀ ଜଟଣୀ ବ୍ଲକ ସମେତ ଜିଲ୍ଲା ଏବଂ ପଞ୍ଚାୟତ ସ୍ଥରୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକ୍ରମରେ ୨୦୨୨ – ୨୩ ଆର୍ଥିକ ବର୍ଷରେ ୨୩୦୬ ଜଣ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ୯୭ ହଜାର ୩ ସହ ୪ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଅଛି ଓ ୫୭ ଗୋଟି ପରିବାର ୧୦୦ ଦିନ କାର୍ଯ୍ୟ ସମ୍ପୂର୍ଣ କରି ଅଛନ୍ତି। ସଂକ୍ଷେପରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ମଧ୍ୟରେ ପଞ୍ଚାୟତରେ ୬୬୧ ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ସେଥିମଧ୍ୟରୁ ମୋଟ ୧୫୬ ଟି ପ୍ରକଳ୍ପ ଅଦ୍ୟାବଧି ଶେଷ ହୋଇ ଯାଇଛି। ଅବଶିଷ୍ଟ ୫୦୫ ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସଂଯୋଜକ, ଜିଲ୍ଲା ପରିଷଦ ଖୋର୍ଦ୍ଧା ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଶ୍ରମ ଦିବସ ଶୃଷ୍ଟି କରାଯାଇପାରିବ ସମସ୍ତଙ୍କୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *