ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ପୁରୀର ଲୋକପ୍ରିୟ ନେତା ମହେଶ୍ୱର ନାହାନ୍ତି ଙ୍କ ପରଲୋକ । ଗତକାଲି ରାତି ୩ଟା୨୫ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବାବେଳେ ମହେଶ୍ୱର ମହାନ୍ତି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୩୧ ତାରିଖରୁ ହଟାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ପୁରୀର ପୂର୍ବତନ ବିଧାୟକ ତଥା ହେଭିୱେଟ ନେତା ମହେଶ୍ୱର ମହାନ୍ତି ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମହେଶ୍ୱର ୧୯୭୫ ମସିହାରେ ପ୍ରଥମେ ପୁରୀ ମୁନିସିପାଲିଟି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ । ୧୯୯୫ରେ ସେ ରାଜ୍ୟ ରାଜନୀତିକୁ ଆସିଥିଲେ । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ପ୍ରଥମେ ନିର୍ବାଚିତ ହୋଇଥିଲେ । ପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ ।
ଏହାବ୍ୟତୀତ ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ, ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ । ତେବେ ପୁରୀ ସହରର ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା ।
ପୁରୀର ଲୋକପ୍ରିୟ ନେତା ମହେଶ୍ୱର ନାହାନ୍ତି ଙ୍କ ବିୟୋଗରେ ସାରା ପୁରୀ ସହରରେ ଶୋକର ଛାୟା ଖେଳି ଯାଇଛି ।