ମହୋଦଧି ଆରତୀ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମହୋଦଧି ଆରତୀ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ପୁରୀ ୫/୧ ଚଳିତ ମାସ ୨୫ ତାରିଖ ଅପରାହ୍ନରେ ସ୍ୱର୍ଗଦ୍ଵାର ସମ୍ମୁଖ ସମୁଦ୍ର କୂଳରେ ମହୋଦଧି ଆରତୀ ଉତ୍ସବ ପାଳନ କରାଯିବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି କାର୍ଯ୍ୟକ୍ରମ କୁ ଭବ୍ୟ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସହ ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସଠିକ ଭାବେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗ ସେମାନ ଙ୍କୁ ନ୍ୟସ୍ତ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସହଯୋଗର ସହ ଏହାକୁ ସଫଳ କରିବାକୁ ମତ ଦେଇଥିଲେ। ତୀର୍ଥରାଜ ଶ୍ରୀ ମହୋଦଧି ଆରତୀ ପରିଚାଳନା ସମିତିର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଏଥିରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜ,ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ମହୋଦୟ ଙ୍କ ସମେତ ବହୁ ସାଧୁ ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏହି ବୈଠକରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇ ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ପରିଷ୍କାର ପରିଛନ୍ନ, ଲାଇଫ ଗାର୍ଡ ନିୟୋଜନ ଇତ୍ୟାଦି ସମ୍ପର୍କରେ ବିଭିନ୍ନ ବିଭାଗ ପଦକ୍ଷେପ ନେବା କୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଅନ୍ୟାନ୍ୟ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *