ମୁଖ୍ୟ ଖବର

୧୩-ଫେବୃଆରୀ-୨୦୨୩, ସୋମବାର
➡️୧-ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ମେଡ଼ିକାଲ କଲେଜ ସହ ବିଶ୍ୱବିଦ୍ୟାଳୟର କରିବେ ଲୋକାର୍ପଣ l
➡️୨-ମିଶନ ଶକ୍ତି ମହିଳାଙ୍କ କାର୍ଯ୍ୟ ଦକ୍ଷତା ଓ ଗତିଶୀଳତା ବୃଦ୍ଧି ଯୋଜନାରେ ଏଣିକି ସାଇକେଲ ଯୋଗାଇ ଦେବେ ରାଜ୍ୟ ସରକାର l
➡️୩-ଆଜି ଇନ୍ଦୋରରେ ହେବ ଜି୨୦ ର ପ୍ରଥମ କୃଷି ପ୍ରତିନିଧି ବୈଠକ । ଏହି ବୈଠକରେ ଜି୨୦ ସଦସ୍ୟ ଦେଶମାନେ, ଅତିଥି ଦେଶ ଏବଂ ଆନ୍ତର୍ଜାତୀୟ ସଙ୍ଗଠନର ପ୍ରାୟ ଶହେରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ।
➡️୪-ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦ ବୈଠକ l ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।
➡️୫-ଆଜି ସରୁଛି ଗୋପାଳ ଦାସର ୫ ଦିନିଆ ରିମାଣ୍ଡ : କୋର୍ଟରେ ହାଜର କରି ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ l
➡️୬-କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା: ଭୁବନେଶ୍ୱରରୁ ପୁରୀ-କୋଣାର୍କକୁ ଗଡ଼ିବ ମେଟ୍ରୋ ଟ୍ରେନ୍ l
➡️୭-ଆଜି ଭୁବନେଶ୍ବର ଫେରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀରେ କଂଗ୍ରେସ ଦଳରେ ଯୋଗଦେବା ପରେ ଭୁବନେଶ୍ବର ଫେରୁଛନ୍ତି।
➡️୮-ଲଗାତର ୩ ଦିନ ହେଲା ଭାରତର ବିଭିନ୍ନ ରାଜ୍ୟରେ ଭୂମିକମ୍ପ ଜାରୀ l ଥରିଲା ଗୁଜୁରାଟ, ଆସାମ ଓ ସିକ୍କିମ୍ l
➡️୯-ପୁଣି ଲୋକଙ୍କ ଉଛୁଳିଲା ସାରଥୀ ପ୍ରେମ, ମାଲକାନଗିରି ଜିଲ୍ଲା ବରଜା ଗ୍ରାମରେ ସତସଙ୍ଗରେ ଏକାଠି ହେଲେ ହଜାର ସାରଥୀ ଭକ୍ତ l
➡️୧୦-ବିଗ୍ବସ୍-୧୬ର ୱିନର ହେଲେ MC Stan, ଟ୍ରଫି, କାର ସହ ହାତେଇଲେ ୩୧ ଲକ୍ଷ ୮୦ ହଜାର ଟଙ୍କା l
➡️୧୧-ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍ କୁଇନ ଅଫ୍ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା ତଥା ରାଉରକେଲା ପାଇଁ ଆଣିଲେ ଗୌରବ l
➡️୧୨-ସ୍ମାର୍ଟ ସିଟି ମିସନ ଅଧୀନରେ ଭୁବନେଶ୍ବର ସମେତ ଦେଶର ୨୨ଟି ସ୍ମାର୍ଟ ସିଟିର ପ୍ରକଳ୍ପ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷହେବ। ଦେଶରେ ସମୁଦାୟ ୧୦୦ ସ୍ମାର୍ଟ ସିଟି କାର୍ଯ୍ୟ ଚାଲିଛି।
➡️୧୩-ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ବେର ପ୍ରଥମ ଭାଗ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ l ଦିଲ୍ଳୀ-ମୁମ୍ବାଇ ଏକ୍ସପ୍ରେସଓ୍ବେର ଏହି ପ୍ରଥମ ଭାଗ ୨୪୬ କିମି ଲମ୍ବ।
➡️୧୪-ଅଦାନୀ ମାମଲାରେ ରାହୁଲଙ୍କୁ ଲାଗିଲା ନୋଟିସ୍, PM ମୋଦୀଙ୍କ ବିରୋଧରେ ଦେଇଥିଲେ ଅସଂସଦୀୟ ମନ୍ତବ୍ୟ l
➡️୧୫-ବକ୍ସ ଅଫିସ୍ରେ ପଠାନର ଜଲୱା ଜାରୀ: ବାହୁବଳୀ-୨ ରେକର୍ଡ ଭାଙ୍ଗିବାକୁ ମାତ୍ର ଆଉ ୪୪ କୋଟି ଆବଶ୍ୟକ l ଏବେ ସୁଦ୍ଧା ପଠାନର ମୋଟ ଆୟ ପାଖାପାଖି ୪୬୬ କୋଟି ହୋଇଛି।
➡️୧୬-ଭାରତରେ ବଢ଼ିଲା ହ୍ବିସ୍କି ଚାହିଦା, ଆମଦାନୀରେ ଫ୍ରାନ୍ସକୁ ପଛରେ ପକାଇଲା ଭାରତ l ୨୦୨୨ରେ ବ୍ରିଟେନ୍ରୁ ଭାରତର ସ୍କଚ୍ ହ୍ବିସ୍କି ଆମଦାନୀ ୬୦ ପ୍ରତିଶତ ବଢ଼ିଛି। ସ୍କଟଲ୍ୟାଣ୍ଡ୍ର ଅଗ୍ରଣୀ ଉଦ୍ୟୋଗ ଏ ନେଇ ଦେଲେ ସୂଚନା l
➡️୧୭-ବିଜେପିର ସ୍ବାଧିକାର ଭଙ୍ଗ ନୋଟିସ ଉପରେ ଫେବ୍ରୁଆରି ୧୫ ସୁଦ୍ଧା ଜବାବ ଦେବାକୁ ରାହୁଲ ଗାନ୍ଧୀଙ୍କୁ ହେଲା ନୋଟିସ l
➡️୧୮-ମହିଳା ଟି ୨ ବିଶ୍ୱକପ : ପାକିସ୍ତାନକୁ ହରାଇଲା ଭାରତ l ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ । ପାକିସ୍ତାନକୁ ୭ ଓ୍ୱିକେଟରେ ହରାଇଲା ଭାରତ ।
➡️୧୯-ଖୁବଶୀଘ୍ର ବଢିପାରେ କ୍ରିକେଟରଙ୍କ ଦରମା, ମାଲାମାଲ ହୋଇପାରନ୍ତି ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର l ଶେଷ ଥର ପାଇଁ ୨୦୧୭ ମସିହାରେ ବୋର୍ଡର ବାର୍ଷିକ ଚୁକ୍ତିନାମା ଅନୁଯାୟୀ ଟିମ୍ ଇଣ୍ଡିଆର ଖେଳାଳିଙ୍କ ବେତନ ବଢିଥିଲା |
➡️୨୦-ସନ୍ତୋଷ ଟ୍ରଫିରେ ଓଡ଼ିଶାର ବଢ଼ିଆ ବିଜୟ, ଗୋଆକୁ ୪-୧ରେ ହରାଇଲା l
🔅ବିଶ୍ୱ ରେଡିଓ ଦିବସ ll
🔅ଆଜି ଶ୍ରୀରାମ ଭକ୍ତ ଶବରୀ ଜୟନ୍ତୀ ll
🔅ଆଜି 37 ତମ କୃଷିଜାତ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ ଦିବସ ll
🔅ଆଜି ଭାରତୀୟ କୋକିଳ ଶ୍ରୀମତୀ ସରୋଜିନୀ ନାଇଡୁ ଜୟନ୍ତୀ ll