ମୁଖ୍ୟ ଖବର

୧୮/୦୫/୨୩-

୧-ଆଜି ମାଟ୍ରିକ ପରୀକ୍ଷା ଫଳ, ଦିନ ୧୦ଟାରେ ଘୋଷଣା କରିବେ ମନ୍ତ୍ରୀ,ମଧ୍ୟାହ୍ଣ ୧୨ଟା ସୁଦ୍ଧା ପିଲାମାନେ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ: bseodisha.ac.in

୨-୪୦ଂ ଉପରେ ୨୨ ସହର, ୫ ଦିନ ଯାଏଁ ଗୁଳୁଗୁଳିରୁ ନାହିଁ ନିସ୍ତାର।

୩-CMIE ତଥ୍ୟ: ପୁଞ୍ଜି ନିବେଶରେ ଓଡ଼ିଶା ଦ୍ବିତୀୟ। ୨୦.୧ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି।

୪-ଭୁବନେଶ୍ୱର: ଦୁବାଇ ଯିବ ମିଶନ ଶକ୍ତି ଉତ୍ପାଦ, ଦୁବାଇରୁ ଫେରି ଖୁସିରେ ଆତ୍ମହରା ମିଶନ ଶକ୍ତି ମହିଳା।

୫-ଭୁବନେଶ୍ୱର:୨୨ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, ଚର୍ଚ୍ଚା ପ୍ରବଳ, ଆଶାୟୀ ମାଳ ମାଳ।

୬-ଲୋକଙ୍କ ଦୀର୍ଘ ଦିନର ଦାବି ପରେ ଭୁଆଷୁଣୀ ଡମ୍ପିଂୟାର୍ଡ଼କୁ ବନ୍ଦ କଲା ବିଏମ୍‌ସି।

୭-ଆଜି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

୮-ବୋହୂଙ୍କ ଯୌତୁକ ଦାବି ଅଭିଯୋଗକୁ ଖଣ୍ଡନ କଲେ ଶଶିଭୂଷଣ: କହିଲେ, ଘଟଣାକୁ ନେଇ ମୁଁ ମର୍ମାହତ।

୯-ଚଳିତ ବର୍ଷ ମହା ସମାରୋହରେ ପାଳିତ ହେବ ଶୀତଳଷଷ୍ଠୀ; କେରଳର କଭାଡ଼ି ନୃତ୍ୟ ହେବ ମୁଖ୍ୟ ଆକର୍ଷଣ।

୧୦-ପାଟଣା:ବସ-ଟ୍ରକ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଗୁରୁତର।

୧୧-ଏଣିକି ଖୁବ୍‌ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’।

୧୨-ବିଶ୍ଵ ପାଣିପାଗ ସଂଗଠନର ସତର୍କବାଣୀ : ଆଗାମୀ ୫ ବର୍ଷ ହେବ ସବୁଠୁ ଉତ୍ତପ୍ତ।

୧୩-ସଂସ୍କୃତି ସମସ୍ତଙ୍କୁ ଯୋଡ଼ି ରଖିବାର ଏକ ମାଧ୍ୟମ –କେନ୍ଦ୍ର ସଂସ୍କୃତି ମିନାକ୍ଷୀ ଲେକ୍ଷୀ।

୧୪-ହାଇସ୍କୋରିଂ ମୁକାବିଲାରେ ଜିତିଲା ଦିଲ୍ଲୀ, ପରାଜୟ ସହ ପଞ୍ଜାବର ପ୍ଲେ ଅଫ ଆଶା ମଉଳିଲା।

୧୫-ବିହାର ପରି ତାମିଲାନାଡୁରେ ମଦମୃତ୍ୟୁ ତାଣ୍ଡବ, ୩୬ ଘଣ୍ଟାରେ ବିଷାକ୍ତ ମଦ ପିଇ ୨୩ଜଣଙ୍କ ମୃତ୍ୟୁ।

୧୬-ସାହାରା ଇଣ୍ଡିଆର ୧୦ କୋଟି ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ସରକାରଙ୍କ ପ୍ରସ୍ତୁତି, ୫ ମାସ ମଧ୍ୟରେ ଚେକ୍‌ରେ ମିଳିବ ରାଶି।

୧୭-ସୁଗାରଫ୍ରିକୁ ଖାଦ୍ୟକୁ ନେଇ ସର୍ତକ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଲା ସୁଗାରଫ୍ରି ଖାଉଥିଲେ ସାବଧାନ, ବଢିପାରେ ହୃଦଘାତ ସମସ୍ୟା।

Leave a Reply

Your email address will not be published. Required fields are marked *