ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରସାଦ ବଣ୍ଟନ

ମକର ସଂକ୍ରାନ୍ତି ଓ ଫକୀର ମୋହନ ଙ୍କ ଜୟନ୍ତୀ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସ୍ଥିତ ଗୁଲିପାଟଣା ସ୍ଥିତ ବରଗଛ ଠାରେ ଉମରକୋଟ ଆୟପ୍ପା ସ୍ୱାମୀଙ୍କ ପକ୍ଷରୁ ପ୍ରସାଦ ବିତରଣ କରାଯାଇଥିଲା!ଏଥିରେ ବରିଷ୍ଠ ନେତା ତଥା ବରିଷ୍ଠ ଓକିଲ ଓ ସମାଜସେବୀ ଜୟଦେବ ପରିଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ!ଜୟୀ ପାଣ୍ଡେ, ସୁବାସ ସାହୁ, ସନ୍ତୋଷ ପଣ୍ଡା, ସତ୍ୟ ସାମଲ, ଗୋପାଳ, ସୁରେଶ, କୁଲୁ, ଲିଟୁ, ଗିରି, ଟିଙ୍କୁ ସ୍ୱାମୀ, ଜାଗା ସ୍ୱାମୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଶ୍ରଦ୍ଧାଳୁ ଙ୍କୁ ପ୍ରସାଦ ସେବନ କରେଇଥିଲେ!ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ପ୍ରସାଦ ସେବନ କରିଥିଲେ!ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବାଣ୍ଟି ସ୍ୱାମୀମାନେ ଖୁସି ଅନୁଭବ କରିଥିଲେ!ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରସାଦ ବିତରଣ କରୁଥିବାରୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ!

Leave a Reply

Your email address will not be published. Required fields are marked *